ପୁରୁଷ ହକି : ଶେଷ ମ୍ୟାଚ୍‌ରେ ବେଲ୍‌ଜିୟମ୍‌କୁ ୫-୧ରେ ହରାଇଲା ଭାରତ

ଆଣ୍ଟୱେର୍ପ (ବେଲ୍‌ଜିୟମ୍‌) : ବେଲ୍‌ଜିୟମ୍‌ ଗସ୍ତରେ ତା’ର ସମସ୍ତ ମ୍ୟାଚ୍ ଜିତିପାରିଛି ଭାରତୀୟ ଦଳ। ଗୁରୁବାର ଏହି ଗସ୍ତର ୫ମ ତଥା ଅନ୍ତିମ ମ୍ୟାଚ୍‌ରେ ବିଶ୍ବ ଚମ୍ପିଆନ୍ ବେଲ୍‌ଜିୟମ୍‌କୁ ୫-୧ ଗୋଲ୍‌ରେ ବିଶ୍ବର ୫ନଂ ଦଳ ଭାରତ ପରାସ୍ତ କରିଛି। ଫଳରେ ଏହି ଗସ୍ତରେ ବିଶ୍ବର ୮ନଂ ଦଳ ସ୍ପେନ୍ ବିପକ୍ଷରେ ଭାରତ ୨-୦ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଘରୋଇ ବେଲ୍‌ଜିୟମ୍‌ ବିପକ୍ଷରେ ୩-୦ ମ୍ୟାଚ୍‌ରେ ବିଜୟୀ ହୋଇଛି। ଫଳରେ ଏହି ଗସ୍ତରେ ଭାରତ ଶତ ପ୍ରତିଶତ ରେକର୍ଡ ବଜାୟ ରଖିଛି। ଏହି ୫ଟି ମ୍ୟାଚ୍‌ରେ ଭାରତ ମୋଟ ୨୦ଟି ଗୋଲ୍ ଦେଇଛି। ନଭେମ୍ବର ୧ ଓ ୨‌ ରୁଷିଆ ବିପକ୍ଷ​‌େ​‌ର ଭୁବ​‌େ​‌ନଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଭାରତର ଏହି ବିଜୟ ଦଳକୁ ନିଶ୍ଚୟ ଉତ୍ସାହିତ କରିବ।
ଏହି ଗସ୍ତରେ ତା’ର ପ୍ରଥମ ୪ଟିଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭାରତ ଗୁରୁବାର ୫ମ ତଥା ଅନ୍ତିମ ମ୍ୟାଚ୍‌ରେ ବିଶ୍ବର ୨ନଂ ଦଳ ବେଲ୍‌ଜିୟମ୍‌ ବିପକ୍ଷରେ ଆତ୍ମବିଶ୍ବାସର ସହ ଖେଳିଥିଲା। ଭାରତ ଆକ୍ରମଣାତ୍ମକ ହକି ଖେଳି ୭ମ ମିନିଟରେ ଆଗୁଆ ହୋଇ ଯାଇଥିଲା। ଏକ ଚମତ୍କାର ଆକ୍ରମଣରୁ ସିମ୍ରନଜିତ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ୯ମ ମିନିଟରେ ବେଲ୍‌ଜିୟମ୍ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଭାରତୀୟ ଗୋଲ୍‌ରକ୍ଷକ କ୍ରିଷନ୍ ବାହାଦୁର ପାଠକ ଏହି ପ୍ରୟାସକୁ ବେକାର କରି ଦେଇଥିଲେ। ୧୬ ମିନିଟ​‌େ​‌ର ବେଲ୍‌ଜିୟମ୍ ଲାଗଲାଗ ୨ଟି ପେନାଲ୍‌ଟି କର୍ଣ୍ଣର ପାଇଥିବା ବେଳେ ଉଭୟ ଧର କ୍ରିଷନ୍ ବାହାଦୁର ପାଠକ ଗୋଲ୍ ବଞ୍ଚାଇଥିଲେ। ଦ୍ବିତୀୟାର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ହକି ଖେଳିଥିଲା। ୩୫ ମିିନିଟରେ ଭାରତୀୟ ଫରୱାର୍ଡ ଲଳିତ କୁମାର ଉପାଧ୍ୟାୟ ଦଳ ପାଇଁ ୨ୟ ଗୋଲ୍‌ ଦେଇଥିଲେ। ପରବର୍ତ୍ତୀ ମିନିଟରେ ଭାରତର ଆଉ ଏକ ଆକ୍ରମଣ ଯୋଗୁଁ ୩ୟ ଗୋଲ୍‌ ସ୍କୋର୍ ହୋଇଥିଲା। ବିବେକ ସାଗର ପ୍ରସାଦ ଏହି ଗୋଲ୍‌ଟି ଦେଇଥିଲେ। ୩୯ ମିନିଟରେ ଏକ ପେନାଲ୍‌ଟି କର୍ଣ୍ଣରରୁ ବେଲ୍‌ଜିୟମ୍‌ର ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍‌ସ ଗୋଲ୍‌ ଦେଇଥିଲେ। ତେବେ ୩ୟ କ୍ବାର୍ଟର ସରିବା ପୂର୍ବରୁ ଭାରତ ୨ ମିନିଟରେ ୨ଟି ଗୋଲ୍‌ ସ୍କୋର୍‌କରି ବିଜୟ ନିଶ୍ଚିତ କରିଥିଲା। ୪୨ ମିନିଟରେ ହରମନପ୍ରୀତ ସିଂହ ପେନାଲ୍‌ଟି କର୍ଣ୍ଣରରୁ ଗୋଲ୍‌ ଦେଇଥିବା ବେଳେ ୪୩ ମିନିଟରେ ରମଣଦୀପ ସିଂହ ଏକ ଫିଲ୍‌ଡ ଗୋଲ୍‌ ଦେଇଥିଲେ। ୪ର୍ଥ କ୍ବାର୍ଟରରେ ବେଲ୍‌ଜିୟମ୍ କିଛି ଆକ୍ରମଣ କରିଥିଲେ ହେଁ ଆଉ ଗୋଲ୍‌ ହୋଇନଥିଲା।

Comments are closed.