ୱେଷ୍ଟଇଣ୍ଡିଜ୍ ୨୧୦ରନରେ ଅଲଆଉଟ; ଭାରତ ୫୯ରନରେ ବିଜୟୀ

ପୋର୍ଟ ଅଫ୍ ସ୍ପେନ୍ : ରବିବାର ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜକୁ ଭାରତ ୫୯ରନରେ ପରାସ୍ତ କରିଛି। ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ୍ ସାମ୍ନାରେ ନିର୍ଦ୍ଧାରିତ ୫୦ଓଭରରେ ୨୮୦ରନର ବିଜୟ ଲକ୍ଷ୍ୟ ରଖିଥିଲା। ପରେ ବର୍ଷା ମ୍ୟାଚରେ ବାର୍ଦ୍ଧକ ସାଜିଥିଲା। ଯାହାଫଳରେ ୱେଷ୍ଟଇଣ୍ଡିଜ୍ ଦଳ ବିଳମ୍ବରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଳାଇଥିଲା। ତେଣୁ ଡକୱର୍ଥ ଲୁଇସ୍‌ ପଦ୍ଧତି ଅନୁସାରେ ଇଣ୍ଡିଜକୁ ୨୭୦ରନର ଲକ୍ଷ୍ୟ ମିଳିଥିଲା। ଯାହାକୁ ପିଛାକରି ୱେଷ୍ଟଇଣ୍ଡିଜ ମାତ୍ର ୪୨ଓଭର ଖେଳି ୨୧୦ରନରେ ଅଲଆଉଟ୍ ହୋଇଯାଇଛି।

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୪ଟି ୱିକେଟ ନେଇଛନ୍ତି।

 

Comments are closed.