ହାଇଦ୍ରାବାଦ୍‌ ଦିନିକିଆ : ଭାରତ ପାଇଁ ୨୩୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

0

ହାଇଦ୍ରାବାଦ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଦ୍ରାବାଦ୍‌ରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୨୩୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୬ ରନ୍ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖ୍ୱାଜା ସର୍ବାଧିକ ୫୦ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୪୦, ମାର୍କସ୍ ଷ୍ଟୋଇନିସ୍ ୩୭ ଓ ଆଷ୍ଟନ୍ ଟର୍ଣ୍ଣର ଅପରାଜିତ ୩୬ ରନ୍ କରିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମି, ଜସପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।

 

Leave A Reply