ହାଇଦ୍ରାବାଦ ଦିନିକିଆ : ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇଲା ଭାରତ

0

ହାଇଦ୍ରାବାଦ : ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆକୁ ଘରୋଇ ଦଳ ଭାରତ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ଟସ୍ ଜିତି କଙ୍ଗାରୁ ଦଳ ୨୩୬ରନ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆର ୨୩୭ରନର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ୪ଟି ବଲ ବାକି ଥାଇ ହାସଲ କରିନେଇଛି।  ଏହି ବିଜୟ ସହିତ ଭାରତୀୟ ଦଳ ୫ଟିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। ଭାରତ ପକ୍ଷରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୯ ରନ୍‌, ୭୨ ବଲ, ୬ ଚୌକା, ୧ ଛକା) ଓ କେଦାର ଜାଧବ (୮୧ ରନ୍‌, ୮୭ବଲ, ୯ ଚୌକା, ୧ ଛକା) ସର୍ବାଧିକ ରନ୍ କରିଛନ୍ତି।

Leave A Reply