୧୬ରୁ ଆମେରିକାର ୨୯ ଉତ୍ପାଦ ଉପରେ ଲାଗିବ ଅତିରିକ୍ତ ସୀମା ଶୁଳ୍କ
ନୂଆଦିଲ୍ଲୀ : ଆମେରିକା ଦ୍ବାରା ଇସ୍ପାତ ଏବଂ ଆଲୁମିନିୟମ୍ ଉତ୍ପାଦ ଉପରେ ସୀମା ଶୁଳ୍କରେ ବୃଦ୍ଧିର ଆଜି କଡା ଜବାବ ରଖିଛି ଭାରତ। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଭାରତ ଆଜି ଆମେରିକାର ୨୯ଟି ଉତ୍ପାଦ ଉପରେର ଅତିରିକ୍ତ ସୀମା ଶୁଳ୍କ ଲାଗୁ କରିଛି । ଚଳିତମାସ ୧୬ରୁ ଏହା କାର୍ଯ୍ୟକାରୀ ହେବ । ଭାରତ ବିେଶଷକରି ଆମେରିକାର ବାଦାମ, ଆଖରୋଟ ଏବଂ ଡାଲି ଜାତୀୟ ଖାଦ୍ୟଶସ୍ୟ ଉପରେ ଏହି ଅତିରିକ୍ତ ସୀମା ଶୁଳ୍କ ଲଗାଇବାକୁ ଯାଉଛି । ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି ।
ଭାରତ ପକ୍ଷରୁ ଲାଗୁ କରାଯାଇଥିବା ଏହି ସୀମା ଶୁଳ୍କ ଆମେରିକୀୟ ରପ୍ତାନିକାରୀଙ୍କୁ ବିଶେଷ ଭାବେ ପ୍ରଭାବିତ କରିବା ଅନୁମାନ କରାଯାଉଛି ା ଏହି ପଦକ୍ଷେପ ପରେ ଭାରତକୁ ଅତିରିକ୍ତ ୨୧୭ ନିୟୁତ ଡଲାରର ଅତିରିକ୍ତ ରାଜସ୍ବ ମିଳିବ। ଆମେରିକାର ନିଷ୍ପତ୍ତି ବିରୋଧରେ ଭାରତ ୨୦୧୮ ଜୁନ୍ ୨୧ରେ ଜାବବ ପୂର୍ବକ ଅତିରିକ୍ତ ସୀମା ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଏ ନେଇ ଭାରତ ପକ୍ଷରୁ ଆମେରିକାକୁ ସୂଚାଇ ଦିଆଯାଇସାରିଛି । ଗତବର୍ଷ ମାର୍ଚ ଆମେରିକା ଭାରତରୁ ଆମଦାନୀ ହେଉଥିବା ଇସ୍ପାତ ଉପରେ ୨୫% ଏବଂ ଆଲୁମିନିୟମ୍ ଉପରେ ୧୦% ଆମଦାନୀ ଶୁଳ୍କ ଲାଗୁ କରିଥିଲା ।
Comments are closed.