ଆତଙ୍କବାଦ ଓ ଉଗ୍ରବାଦ ସମସ୍ତ ଦେଶକୁ ଗ୍ରାସ କରିଛି – ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଆତଙ୍କବାଦ ଓ ଉଗ୍ରବାଦର ବିପଦ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏକ ଆରବୀୟ ସମ୍ବାଦପତ୍ର ‘ଓକାଜ୍‍’ ଓ ଇଂରାଜୀ ସମ୍ବାଦପତ୍ର ‘ସାଉଦି ଗେଜେଟ୍‍’କୁ ସାକ୍ଷାତ୍‍କାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସୀମା ସେପଟରୁ ହେଉଥିବା ଆତଙ୍କବାଦ ଆକ୍ରମଣର ସର୍ବଦା ଶିକାର ହୋଇଆସୁଛି। ଆତଙ୍କବାଦୀଙ୍କୁ ଅନ୍ୟମାନଙ୍କ ବିରୁଦ୍ଧରେ ପ୍ରୟୋଗ କରିବାକୁ ବନ୍ଦ୍‍ କରିବା, ଆତଙ୍କବାଦର ମୌଳିକ ଢାଞ୍ଚାଗୁଡ଼ିକୁ ନଷ୍ଟ କରିବା ଓ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ବନ୍ଦ୍‍ କରିବାକୁ ସେ ସମସ୍ତ ଦେଶକୁ ଆହ୍ୱାନ ଦେଇଛନ୍ତି। ଭାରତ ସମସ୍ତ ପ୍ରକାରର ଆତଙ୍କବାଦୀ ଓ ଉଗ୍ରବାଦର ଦୃଢ଼ ନିନ୍ଦା କରୁଥିବା ଶ୍ରୀ ମୋଦି କହିଛନ୍ତି। ଏହାକୁ କୌଣସି ଜାତି, ଧର୍ମ କିମ୍ବା ସଂସ୍କୃତି ସହ ଯୋଡ଼ାଯିବା ଉଦ୍ୟମକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave A Reply