ପୂରା ଦେଶରେ ସ୍ବାଧୀନତା ଦିବସ ବିଶେଷ ବ୍ୟଞ୍ଜନ

0

ଅଗଷ୍ଟ ୧୫କୁ ନେଇ ସମଗ୍ର ଭାରତର ପ୍ରତ୍ୟେକ ପ୍ରାନ୍ତରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ହୋଟେଲ ଓ ରେସ୍ତୋରାଁଗୁଡ଼ିକ ନାନାଦି ପ୍ରକାରର ବ୍ୟଞ୍ଜନ ସ୍ବାଧୀନତା ଦିବସ ଅବସରରେ ପ୍ରସ୍ତୁତ କରୁଥିବାର ପ୍ରକାଶ। ମୁମ୍ବଇର ପଞ୍ଚତାରକା ହୋଟେଲ ‘ଗ୍ରାଣ୍ଡ ହୟାତ୍’ ଏଥରକ ସ୍ବାଧୀନତା ଦିବସ ନିମନ୍ତେ ପୂରା ସପ୍ତାହ ଗ୍ରାହକଙ୍କୁ ବିଶେଷ ରିଆତି ଦେବା ସହ ‘କେଶରୀ କେକ୍’ର ପ୍ରସ୍ତୁତ କରାଯାଇଛି। କେଶରୀ କେକ୍‌କୁ ଭାରତୀୟ ପତାକା ରଙ୍ଗ ଆକୃତିରେ ପ୍ରସ୍ତୁତ କରାଯାଇଛି। ଗ୍ରାହକଙ୍କୁ ଏହା ପସନ୍ଦ ଆସିବ ବୋଲି ସେଫ୍ କହିଛନ୍ତି। ଅନ୍ୟ ପାଖେ ‘ଦ ଲଳିତ’ ମୁମ୍ବଇ ପୂରା ରେସ୍ତୋରାଁକୁ ଅଗଷ୍ଟ ୧୫ଦିନ ତ୍ରିରଙ୍ଗା ରଙ୍ଗ ଆକୃତିରେ ସୁସଜ୍ଜିତ କରାଇବ। ଏହା ସହ ସମସ୍ତ ଖାଦ୍ୟପାନୀୟରେ ତ୍ରିରଙ୍ଗାର ଝଲକ୍ ରହିବ। ଦିଲ୍ଲୀର ନାମୀ ହୋଟେଲ ସହ ଲୋକପ୍ରିୟ କେଫେଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଦିଲ୍ଲୀର ‘ଦ ଅଶୋକ’ରେ ଫ୍ରିଡମ୍ ସ୍ନାକ୍ସ ଗ୍ରାହକଙ୍କୁ ଉପଲବ୍ଧ କରାଯିବ। ୯୯ ଟଙ୍କାରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିବ। ନୁଡଲ୍ସ ଓ ଚକୋଲେଟ୍ ମଧ୍ୟ ତ୍ରିରଙ୍ଗା ରଙ୍ଗରେ ତିଆରି କରିବାର ଯୋଜନା ସେଫ୍ ଯୋଜନା କରିଥିବାର କହିଛନ୍ତି।

Leave A Reply