ଲୁଇସ୍-ଗେଲ୍‌ଙ୍କ ପ୍ରହାର; ଭାରତର ବିଜୟଲକ୍ଷ୍ୟ ୨୫୫

ପୋର୍ଟ ଅଫ୍ ସ୍ପେନ୍ : ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ସହ ସିରିଜ୍ ଜିତିବା ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତକୁ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୩୫ ଓଭରରେ ୨୫୫ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ଇନିଂସ ମଝିରେ ଏକାଧିକ ଥର ବର୍ଷା ହେବାରୁ ମ୍ୟାଚ୍‌କୁ ୩୫ ଓଭରର କରା ଯାଇଥିଲା। ଦୁଇ ଓପ୍‌ନର କ୍ରିସ୍ ଗେଲ୍‌ ଓ ଏଭିନ୍ ଲୁଇସ୍‌ଙ୍କ ବିସ୍ଫୋରକ ଇନିଂସ ଏବଂ ୧୧୫ ରନ୍‌ର ଓପ୍‌ନିଂ ଭାଗିଦାରୀ ବଳରେ ୱେଷ୍ଟଇଣ୍ଡିଜ୍ ୩୫ ଓଭରରେ ୭ ୱିକେଟ ହରାଇ ୨୪୦ ରନ୍ କରିପାରିଛି। ୩୫ ଓଭରରେ ୨୫୫ ରନ୍ ଲକ୍ଷ୍ୟରେ ଭାରତ ଇନିଂସ ଜାରିରଖିଛି।
ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍‌ନର କ୍ରିସ୍ ଗେଲ୍‌ ଓ ଏଭିନ୍ ଲୁଇସ୍ ପ୍ରଥମ ୪ ଓଭରରେ ମାତ୍ର ୧୩ ରନ୍ କରିଥିବା ବେଳେ ୫ମ ଓଭରରୁ ପ୍ରହାର ଆରମ୍ଭ କରିଥିଲେ। ଫଳରେ ପରବର୍ତ୍ତୀ ୬ ଓଭରରୁ ୧୦୧ ରନ୍ ହୋଇଥିଲା। ଉଭୟ ବାମହାତି ଗେଲ୍‌ ଓ ଲୁଇସ୍ ୩ ଭାରତୀୟ ପେସ୍ ବୋଲର ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ ଖଲିଲ୍‌ ଅହମ୍ମଦଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ୧୦ ଓଭରର ପାୱରପ୍ଲେ ଶେଷରେ ୱେଷ୍ଟଇଣ୍ଡିଜ୍ ୧୧୪ ରନ୍‌ରେ ପହଞ୍ଚି ଯାଇଥିଲା। ୧୧ଶ ଓଭରରେ ୟୁଜବେନ୍ଦ୍ର ଚହଲ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏଭିନ୍ ଲୁଇସ୍ ୨୯ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୪୩ ରନ୍‌କରି ବିଦାୟ ନେଇଥିଲେ। ପରବର୍ତ୍ତୀ ଓଭରରେ କ୍ରିସ୍ ଗେଲ୍‌ଙ୍କୁ ଆଉଟ କରି ଦେଇଥିଲେ ଖଲିଲ୍‌ ଅହମ୍ମଦ। ୩୯ ବର୍ଷ ବୟସ୍କ ଗେଲ୍‌ ୪୧ ବଲ୍‌ରୁ ୫ଟି ଛକା ଓ ୮ଟି ଚୌକା ସହ ୭୨ ରନ୍‌ କରିଥିଲେ। ପରେ ସାଇ ହୋପ୍ ଓ ସିମ୍ରନ୍ ହେତ୍‌ମେୟର ଧିମା ବ୍ୟାଟିଂକରି ୧୩ ଓଭରରେ ମାତ୍ର ୫୦ ରନ୍ ​‌େ​‌ଯାଗ କରିଥିଲେ। ଓଭର ସଂଖ୍ୟା ୩୫କୁ କମାଇ ଦିଆଯିବା ପରେ କ୍ରମାଗତ ୨ ଓଭରରେ ହୋପ୍ ଓ ହେତ୍‌ମେୟର ଆଉଟ ହୋଇ ଯାଇଥିଲେ। ହୋପ୍ ୫୨ ବଲ୍‌ରୁ ୨୪ ରନ୍ କରିଥିବା ବେଳେ ହେତ୍‌ମେୟର ୩୨ ବଲ୍‌ରୁ ୨୫ ରନ୍ କରିଥିଲେ। ପ​‌େ​‌ର ନିକୋଲାସ୍ ପୁରନ୍ ଆକ୍ରମଣାତ୍ମକ ବ୍ୟାଟିଂକରି ୧୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଜେସନ୍ ହୋଲ୍‌ଡର ୧୪ ରନ୍ କରିଥିଲେ। କାର୍ଲୋସ୍ ବ୍ରାଥ୍‌ୱେଟ୍‌ ୧୪ ବଲ୍‌ରୁ ୧୬ ରନ୍ କରିଥିଲେ। ଖଲିଲ ଅହମ୍ମଦ ୩ଟି ଓ ମହମ୍ମଦ ସାମି ୨ଟି ୱିକେଟ ପାଇଥିଲେ।

Comments are closed.