ଭାରତ ୪ ରନରେ ପରାସ୍ତ : ନ୍ୟୁଜିଲାଣ୍ଡ ୨-୧ରେ ସିରିଜ୍ ବିଜୟୀ

0

ହାମିଲଟନ : ନ୍ୟୁଜିଲାଣ୍ଡ ଠାରୁ ଶେଷ ଟି-୨୦ ମ୍ୟାଚରେ ଭାରତ ୪ ରନରେ ପରାସ୍ତ ହୋଇଛି । ତେବେ ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ବିଜୟୀ ହୋଇଛି । ପ୍ରଥମ ଥର ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ୍ ଜିତିବା ନେଇ ଭାରତର ଆଶା ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କୋଲିନ ମୁନରୋଙ୍କ ବିସ୍ଫୋରକ ୭୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା। ଜବାବରେ ଭାରତୀୟ ବ୍ୟାଟସମ୍ୟାନମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୬ ଓ୍ଵିକେଟ୍ ହରାଇ ଦଳ  ୨୦୮ ରନ କରିବାକୁ ସକ୍ଷମ ହୋଇଥିଲା। ବିଦେଶ ଗସ୍ତରେ କ୍ରମାଗତ ଚତୁର୍ଥ ସିରିଜ୍ ଜିତି ଇତିହାସ ରଚିବାରୁ ଭାରତ ବଞ୍ଚିତ ହୋଇଛି । ଭାରତ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ  ୪୩ ରନ କରିଥିଲେ। ଦିନେଶ କାର୍ତ୍ତିକ ୩୩  ଓ କୃଣାଲ ପାଣ୍ଡ୍ୟା ୨୬ ରନର ଇନିଂସ  ଖେଳିଥିଲେ ମଧ୍ୟଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ସାଣ୍ଟନର ଓ ଡାର୍ଲି ମିଚେଲ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ୭୨ ରନ କରିଥିବା କଲିନୋ ମୁନରୋ ମ୍ୟାନ ଅଫ ଦ ମ୍ୟାଚ୍  ବିବେଚିତ ହୋଇଛନ୍ତି।

୨୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୬ ରନ ସ୍କୋରରେ ଧାଓ୍ଵନଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ ରୋହିତ ଶର୍ମା ଓ ବିଜୟ ଶଙ୍କର ଦ୍ରୁତ ବ୍ୟାଟିଂ କରି ଭାରତର ବିଜୟ  ପାଇଁ ମୂଳଦୁଆ ପକାଇଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୭୫ ରନ ଯୋଡି ଦଳର ସ୍କୋରକୁ ୮୧ ରନରେ ପହଞ୍ଚାଇଥିଲେ। ଏହି ସ୍କୋରରେ  ବିଜୟ ଶଙ୍କର ୨୮ ବଲରୁ ୫ ଚୌକା ଓ ୨ ଛକା ସହ  ୪୩ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। ସେହିପରି ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରି ୧୨ଟି ବଲରୁ ୧ ଚୌକା ଓ ୩ ଛକା ବଳରେ ୨୮ ରନ କରି ଆଉଟ୍ ହୋଇଥିଲେ।  ଏହା ପରେ ଭାରତ ୧୪୧ ରନରୁ ୧୪୫ ରନ ମଧ୍ୟରେ ୩ଟି  ରୋହିତ, ହାର୍ଦ୍ଦିକ ଓ ଧୋନୀଙ୍କ ଓ୍ଵିକେଟ୍ ହରାଇ ବିପଦରେ ପଡ଼ିଥିଲା। ରୋହିତ  ୩୨ ବଲରୁ ୩୮ ରନ କରି ୧୪୧ ରନ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା  ୧୧ଟି ବଲରୁ ବିସ୍ଫୋରକ ବ୍ୟାଟିଂ କରି ୨୧ ରନ କରି ଆଉଟ୍ ହୋଇଥିଲେ। ଧୋନୀ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ। ୧୪୫ ରନରେ ୬ ଓ୍ଵିକେଟ୍ ହରାଇ ଭାରତ ବିପଦରେ ପଡ଼ିଥିବା ବେଳେ ଦିନେଶ କାର୍ତ୍ତିକ ଓ କୃଣାଲ ପାଣ୍ଡ୍ୟା ବିଜୟ ଆଶା ଦେଇଥିଲେ। ମାତ୍ର ଶେଷରେ ଭାରତ ପରାଜିତ ହୋଇଥିଲା। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟରେ ୬୩ ରନ ଯୋଡିଥିଲେ। ଶେଷ ଓଭରରେ ଜିତିବା ପାଇଁ ୧୬ ରନ ଥିଲେ ମଧ୍ୟ ଭାରତ ୧୧ ରନ  କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ ସାଣ୍ଟନର ଓ ଡାର୍ଲି ମିଚେଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଟିମ୍ ସାଇଫର୍ଟ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଛନ୍ତି।

 

 

Leave A Reply