ଭାରତ ପାଇଁ ୨୭୩ ରନର ବିଜୟ ଲକ୍ଷ୍ୟ

0

ନୂଆଦିଲ୍ଲୀ : ଭାରତ ପାଇଁ ଅଷ୍ଟ୍ରେଲିଆ ୨୭୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଦିଲ୍ଲୀର ଫିରୋଜ୍‍ ଶାହା କୋଟଲା ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଶେଷ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୨୭୨ ରନ କରି ଅଲ ଆଉଟ୍‍ ହୋଇ ଯାଇଛି। ଦଳ ପକ୍ଷରୁ ଉସମାନ ଖ୍ୱାଜା ଶତକ ହାସଲ କରିଥିବା ବେଳେ ହ୍ୟାଣ୍ଡସକମ୍ବ ୫୨ ରନ କରିଛନ୍ତି । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି।
ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍‍ ଜିତି ଥିବାରୁ ସିରିଜ ୨-୨ରେ ସମାନ ସ୍ତରରେ ଅଛି।

Leave A Reply