ପରାଜୟରୁ ଆରମ୍ଭ ; ପ୍ରଥମ ଦିନିକିଆରେ ଭାରତ ୩୪ ରନରେ ପରାସ୍ତ

0

ସିଡନୀ : ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟରୁ ଭାରତ ଦିନିକିଆ ସିରିଜ୍ ଆରମ୍ଭ କରିଛି। ପ୍ରଥମ ଏକଦିବସୀୟ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ ୩୪ ରନରେ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ମଧ୍ୟ ରୋହିତ ଶର୍ମାଙ୍କ ଲଢୁଆ ଶତକ ସତ୍ୱେ ଭାରତ ପରାସ୍ତ ହୋଇଛି । ୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ  ୨୫୪ ରନରେ ଅଲ ଆଉଟ ​‌ହୋଇଯାଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ପିଟର ହାଣ୍ଡସକମ୍ବଙ୍କ ୭୩, ଉସମାନ ଖ୍ୱାଜା ଓ ସନ ମାର୍ଶଙ୍କ ଅର୍ଦ୍ଧଶତକ ବଳରେ ବଳରେ ୫  ୱିକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା । ତେବେ ଦଳର ଦୁଇ ଓପନର ଆରୋନ ଫିଞ୍ଚ ଏବଂ ଆଲେକ୍ସ କାରୀ ଅଧିକ ସମୟ ୱିକେଟରେ ତିଷ୍ଠି ପାରି ନ ଥିଲେ। ପରେ ଉସମାନ ଖ୍ୱାଜା ଏବଂ ସନ ମାର୍ସ ପାଳି ସମ୍ଭାଳିଥିଲେ । ପିଟର ହାଣ୍ଡସକମ୍ବ ସର୍ବାଧିକ ୭୩ ରନ କରିଥିବା ବେଳେ ସନ ମାର୍ସ ୫୪, ଉସମାନ ଖ୍ୱାଜା ୫୯ ରନ କରିଥିଲେ । ସେହିପରି  ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ଦୁଇଟି ଲେଖାଏଁ  ୱିକେଟ ଅକ୍ତିଆର କରିଥିଲେ ।

୨୮୯ ରନର ବିଜୟ ଲକ୍ଷ୍ୟର ପିଛା କରି ଭାରତ  ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ  ହୋଇଥିଲା । ଶିଖର ଧାୱନ କୌଣସି ରନ୍ ନ କରି ଏବଂ ବିରାଟ କୋହଲି ମାତ୍ର ୩ ରନ କରି ଆଉଟ ହୋଇ ଯାଇଥିଲେ । ପରେ ଅମ୍ବାତି ରାୟଡୁ ମଧ୍ୟ କୌଣସି ରନ୍ ନ କରି ଆଉଟ ହୋଇଥିଲେ । ତେବେ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ରୋହିତ ଶର୍ମା ଧୋନୀଙ୍କ ସହ ମିଶି ବେଶ ଭଲ ପ୍ରଦର୍ଶନ କରିଥିଲେ । ଧୋନୀ ବ୍ୟକ୍ତିଗତ ଭାବେ ୫୧ ରନ କରି ଆଉଟ ହୋଇଥିଲେ । ରୋହିତ ସର୍ବାଧିକ ୧୩୩ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୫୪ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ରିଚାର୍ଡସନ ସର୍ବାଧିକ ୪ଟି ଓ ଜାସନ ଭେରେନଡ୍ରପ ୨ଟି ୱିକେଟ ୱିକେଟ ହାସଲ କରିଛନ୍ତି । ସର୍ବାଧିକ ୪ଟି  ୱିକେଟ ନେଇଥିବା ରିଚାର୍ଡସନ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି।

Leave A Reply