ମଙ୍ଗଳବାରଠୁ ବଢ଼ିବ ମୋବାଇଲ କଲ୍ ଦର
ନୂଆଦିଲ୍ଲୀ : ଏଣିକି ମୋବାଇଲ କଲ୍ ପାଇଁ ଆପଣଙ୍କୁ ଅଧିକ ଅର୍ଥ ଗଣିବାକୁ ପଡିବ । ଡିସେମ୍ବର ୩ ତାରିଖ ମଙ୍ଗଳବାରଠାରୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ ଦର। ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଇଡିଆ ଏବଂ ଭୋଡାଫୋନ୍ ମଙ୍ଗଳବାରଠାରୁ ମୋବାଇଲ୍ କଲ୍ ଦର ବୃଦ୍ଧି କରିବାକୁ ଯାଉଛନ୍ତି। ସେହିପରି ଏୟାରଟେଲ୍ ସମେତ ଜିଓ ଭଳି ଟେଲିକମ୍ କମ୍ପାନୀ ସେମାନଙ୍କର ଟାରିଫ ପ୍ଲାନରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି । ଅର୍ଥାତ ପୂର୍ବରୁ ଉପଭୋକ୍ତା ଏହି ଟେଲିକମ୍ କମ୍ପାନୀଗୁଡିକଠାରୁ ଯେଉଁ ସେବା ପାଉଥିଲେ, ସେଥିପାଇଁ ଏବେ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସମ୍ପ୍ରତି ଦେଶର ଟେଲିକମ୍ କମ୍ପାନୀଗୁଡିକ ଶୋଚନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଛନ୍ତି । ଏଥିପାଇଁ କମ୍ପାନୀଗୁଡିକୁ ହଜାର ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡୁଛି । ଏଭଳି ସ୍ଥଳେ କମ୍ପାନୀଗୁଡିକ କଲ୍ ଟାରିଫ୍ ବୃଦ୍ଧି ଘଟାଇବାକୁ ଯାଉଛନ୍ତି।
Comments are closed.