୯/୧୧ ଆକ୍ରମଣ ପରେ ଆମେରିକାକୁ ସହଯୋଗ କରିବା ପାକିସ୍ତାନର ସବୁଠୁ ବଡ଼ ଭୁଲ: ଇମ୍ରାନ

ନ୍ୟୁୟର୍କ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର କହିଛନ୍ତି ଯେ ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାକୁ ସହଯୋଗ କରିବା ପାକିସ୍ତାନର ସବୁଠୁ ବଡ଼ ଭୁଲ ଥିଲା।

ନ୍ୟୁୟର୍କଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାକୁ ସହଯୋଗ କରିବା ପାଇଁ ଜେନେରାଲ ପରଭେଜ ମୁଶାରଫଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ଇମ୍ରାନ କହିଛନ୍ତି ଯେ ପୂର୍ବ ସରକାରଙ୍କୁ ଏଭଳି ପ୍ରତିଶ୍ରୁତି ଦେବାର ନଥିଲା ଯାହା ସେ ପୂରଣ କରିପାରିବେ ନାହିଁ। ଇମ୍ରାନ ଖାନ କହିଛନ୍ତି ଯେ ଆମେରିକାର ଆତଙ୍କବାଦ ବିରୋଧୀ ଲଢେଇରେ ୭୦ ହଜାର ପାକିସ୍ତାନୀ ନିହତ ହୋଇଛନ୍ତି। ଏହା ସତ୍ତ୍ବେ ଆଫଗାନିସ୍ତାନରେ ବିଜୟୀ ନହେବାରୁ ଆମେରିକା ଆମକୁ ଦାୟୀ କରୁଛି। ୧୯୮୦ ଦଶକରେ ତତ୍କାଳୀନ ସୋଭିଏତ ସଂଘ ସହ ଲଢିବା ପାଇଁ କେତେକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପରେ ଆମେରିକା ଆଫଗାନିସ୍ତାନକୁ ଆସିବା ପରେ ସେହି ଗୋଷ୍ଠୀଗୁଡ଼ିକୁ ଆତଙ୍କବାଦୀ ଘୋଷିତ କରିଦେଲା। ଆଫଗାନିସ୍ତାନରେ କୌଣସି ପ୍ରକାର ସାମରିକ ସମାଧାନ ହୋଇାପରିବ ନାହିଁ। ଯଦି ଆପଣ ୧୯ ବର୍ଷ ପର୍ଯ୍ୟନ୍ତ ସଫଳତା ପାଇଲେ ନାହିଁ, ତେବେ ଆଗାମୀ ୧୯ ବର୍ଷ ବି ସଫଳ ହେବେ ନାହିଁ। ଆମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ କହିବୁ। ଏବେ ପାକିସ୍ତାନର ଅର୍ଥନୀତି ସବୁଠୁ ଖରାପ ସ୍ଥିତିରେ ରହିଛି। ତେଣୁ ତାଙ୍କ ସରକାରକୁ ସଂଘର୍ଷ କରିବାକୁ ପଡୁଛି। ଏହାସହ ଆର୍ଥିକ ସହାୟତା ପାଇଁ ସେ ଚୀନକୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.