ମୋଦୀ ସରକାର ମୁସଲମାନ ବିରୋଧୀ: ଇମ୍ରାନ ଖାଁ

0

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ନିକଟରେ ୱାଶିଂଟନ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମୋଦୀ ସରକାର ମୁସଲିମ୍‍ ଓ ପାକିସ୍ତାନ ବିରୋଧୀ। ଭାରତରେ ନିର୍ବାଚନ ପାଖରେ ଥିବାରୁ ମୋଦୀ ସରକାର ନିଜକୁ ପାକିସ୍ତାନ ବିରୋଧୀ ବୋଲି ଉପସ୍ଥାପିତ କରୁଛନ୍ତି।
ସାକ୍ଷାତକାରରେ ସେ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ହେଉଥିବା କରତାରପୁର କରିଡ଼ର ଏବଂ ୨୬/୧୧ ମୁମ୍ବଇ ଆକ୍ରମଣ ବିଷୟରେ କହିଥିଲେ। ଇମ୍ରାନ କହିଥିଲେ ଯେ ୨୬/୧୧ ମୁମ୍ବଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ସେ ଦଣ୍ଡ ଦେବାକୁ ଚାହୁଁଛନ୍ତି। ଏହି ମାମଲାରେ ସମାଧାନ ବାଟ ବାହାର କରିବା ପାକିସ୍ତାନ ପାଇଁ ହିତକର। ତେଣୁ ସେ ମାମଲାର ସ୍ଥିତି ଜାଣିବାକୁ ନିଜ ଅଧିକାରୀଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାକ୍ଷାତକାରରେ ଇମ୍ରାନ ମୋଦୀ ଓ ବିଜେପିର ନାମ ନନେଇ ଭାରତର ଶାସକ ଦଳ ମୁସଲମାନ ବିରୋଧୀ ବୋଲି କହିଥିଲେ।

Leave A Reply