ଜାଣନ୍ତୁ ମାର୍ଗଶିର ମାସରେ କେଉଁ କାର୍ଯ୍ୟ କଲେ ମିଳେ ଶୁଭଫଳ

ମାର୍ଗଶିର ମାସ ଆରମ୍ଭ ହୋଇସାରଲାଣି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶିର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ ଏପରି କିଛି କାର୍ଯ୍ୟ ରହିଛି, ଯାହାର ପାଳନ କଲେ ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ….
ଏହି ମାସରେ ଶ୍ରୀକୃଷ୍ଣଙ୍କର ଉପାସନା ଓ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସନ୍ତାନ ପାଇଁ ବରଦାନ ମାଗିବା ଏହି ମାସରେ ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ମାସରେ ଭଜନ କୀର୍ତ୍ତନ କରିବା ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।
ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଲାଭ ଦେଇଥାଏ।
ମାର୍ଗଶିର ମାସରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ….
ଏହି ମାସରେ ଅଧିକ ନିରାମିଷ ଦ୍ରବ୍ୟ ଖାଇବା ଉଚିତ।
ଏହି ମାସରେ ନିୟମିତ ଗୀତା ପାଠ କରିବା ଉଚିତ।
ବିଷ୍ଣୁଙ୍କ ଭୋଗରେ ତୁଳସୀ ପତ୍ରର ବ୍ୟବହାର କରିବା ଉଚିତ।
ଏହି ମାସରେ ‘ଓଁଃ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ରର ଜପ କରିବା ଉଚିତ।

Comments are closed.