ଉଚ୍ଛେଦ ଓ ଜମି ଅଧିଗ୍ରହଣକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଆଇଏମଏମଟି ବୈଜ୍ଞାନିକ

ଭୁବନେଶ୍ବର : ଉଚ୍ଛେଦ ଓ ଜମି ଅଧିଗ୍ରହଣକୁ ବିରୋଧ କରି ଆଇଏମଏମଟି ବୈଜ୍ଞାନିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଉଚ୍ଛେଦ ଓ ଜମି ଅଧିଗ୍ରହଣ ଲାଗିଆସିଥିବା ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡକୁ  କ୍ୟାମ୍ପସରେ ବିରୋଧ କରାଯାଇଛି। ବିନା ନୋଟିସ୍ ରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଆସିଥିବା ଅଭିଯୋଗ କରାଯାଇଛି। ରାଜ୍ୟ ସରକାର କ୍ୟାମ୍ପସ୍ ଜମିରେ କନଭେନସନ୍ ହଲ୍ କରିବାକୁ ଯୋଜନା ଯୋଜନା ରଖିଛନ୍ତି। ଏହାଦ୍ବାରା ଗବେଷଣା ପ୍ରଭାବିତ ହେବ ବୋଲିବୈଜ୍ଞାନିକମାନେ କହିଛନ୍ତି। ଏଠାରେ ଇସ୍ରୋ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ବେଙ୍ଗାଲୁରୁର ଗବେଷଣାଗାର ରହିଛି। ଗବେଷଣା ପରିବେଶକୁ ନଷ୍ଟ କରି କନଭେନସନ୍ ହଲ୍ ନିର୍ମାଣକୁ ବିରୋଧ କରାଯାଇଛି।

ସୂଚନାଯୋଗ୍ୟ ଆଇଏମଏମଟି ବିଜୁ ବାବୁ  ୨୦୦ ଏକର ଜମି ଦେଇଥିଲେ। ତେବେ ଆଇଏମଏମଟି ୨୦୦ ଏକର ଜମିରୁ ଓକାକ୍, ପ୍ଲାନେଟାରିୟମ୍, ନାଚୁରାଲ୍ ହିଷ୍ଟ୍ରି ମ୍ୟୁଜିୟମ୍ ଲାଗି ୨୩ ଏକର ଜମି ଦିଆଯାଇଛି। ଅନ୍ୟପକ୍ଷରେ ଜୋରଦାର ବିରୋଧ ପରେ  ବିଡିଏ ଏନଫୋପୟର୍ସମେଣ୍ଟ ଟିମ୍ ଫେରିଆସିଥିବା ଜଣାପଡିଛି।

Comments are closed.