ଟିଭି ଉପସ୍ଥାପକଙ୍କ ବିରୋଧରେ ୧୦ ବିଲିୟନ ଟଙ୍କାର ମାନହାନୀ ନୋଟିସ୍‌ ପଠାଇଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌

ଇସଲାମବାଦ – ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ପାକିସ୍ତାନର ପ୍ରସିଦ୍ଧ ଟେଲିଭିଜନ ଉପସ୍ଥାପକ ନଜମ୍‌ ସେଠୀଙ୍କୁ ୧୦ ବିଲିୟନ ବା ୧୦୦୦୦ କୋଟି ଟଙ୍କାର  ମାନହାନୀ ନୋଟିସ୍‌ ପଠାଇଛନ୍ତି । ଟିଭି ଉପସ୍ଥାପକ ନଜମ ଇମରାନ୍‌ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି । ନଜମ ପାକିସ୍ତାନର ଜଣେ ପ୍ରସିଦ୍ଧ ଓ ପୁରୁଖା ଟେଲିଭିଜନ ଉପସ୍ଥାପକ ।

ଇମରାନଙ୍କ ଓକିଲ ଇମରାନ୍‌ ବାବର ଆଓ୍ୱାନ ଏହି ନୋଟିସ୍‌ ପଠାଇଛନ୍ତି । ଏଥିରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ କେତେକ ମିଛ ଖବର ପ୍ରସାରିତ କରାଯାଇଥିବା ଅଭିଯୋଗ କରିଛନ୍ତି । ଇମରାନଙ୍କ ରାଜନୈତିକ ଦଳ ତେହରିକ୍‌-ଇ ଇନସାଫର ମୁଖପାତ୍ର ଅସଗର ଲେୁହାରି ଟିଭି ଉପସ୍ଥାପକ ନଜମଙ୍କୁ ସମାଲୋଚନା କରିଛନ୍ତି । ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନଜମ ନକରାତ୍ମର ତଥା ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

Comments are closed.