ଆଇଆଇଟି ଦିଲ୍ଲୀ କ୍ୟାମ୍ପସ୍‌ ପରିସରରୁ ଗୋଟିଏ ପରିବାରର ତିନିଜଣଙ୍କ ମୃତ ଦେହ ଜବତ

ନୂଆଦିଲ୍ଲୀ .- ଆଇଆଇଟି ଦିଲ୍ଲୀର କ୍ୟାମ୍ପସ ପରିସରରୁ ଜଣେ ଲ୍ୟାବ ଟେକନିସିଆନ୍‌ଙ୍କ ସହ ତାଙ୍କ ପରିବାରର ତିନିଜଣ ଲୋକଙ୍କର ମୃତ ଦେହ କୁ ପୁଲିସ ଜବତ କରିଛି ।
ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ହୋଇଥାଏ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ତିନୋଟି କୋଠରୀର ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ଲ୍ୟାବଟେକନିସିଆନ୍‌, ତାଙ୍କର ପତ୍ନୀ ଓ ମାଆଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି । ସେହିସ୍ଥାନରୁ କୌଣସି ସୁଇସାଇଡ୍‌ ନୋଟ ଜବତ କରାଯାଇ ନାହିଁ । ଏହି ଲୋକ ଜଣଙ୍କ ଆଇଆଇଟିରେ ଲ୍ୟାବ ଟେକନିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ । ତେବେ କେଉଁ କାରଣରୁ ଏହି ଘଟଣା ଘଟିଲା ପୁଲିସ ତାହାର ତଦନ୍ତ କରୁଛି।

Comments are closed.