ରାଇରଙ୍ଗପୁର ଅଧ୍ୟାପିକା ମୃତ୍ୟୁ ମାମଲା; ଝାରପୋଖରିଆ ଆଇଆଇସି ନିଲମ୍ବିତ

ଭୁବନେଶ୍ଵର: ରାଇରଙ୍ଗପୁର ଜଲେଜର ଜଣେ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଆଇଆଇସି ଶରତ ମହାଳିକଙ୍କୁ ନିଲମ୍ବନ କରାଯାଇଥିବା ଡିଜିପି ସତ୍ୟଜିତ ମହାନ୍ତି ସୋମବାର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ଶନିବାର ରାତିରେ କଲେଜ ଛାତ୍ରୀନିବାସର ୮ନମ୍ବର ରୁମରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ୬ ଜଣ ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁ, ଦେବବ୍ରତ ମଣ୍ଡଳ, ସୁଜିତ ମଣ୍ଡଳ, ମିନମୟୀ ସାହୁ, ରତିକାନ୍ତ ସାହୁ ଶୈଳଶାଳ ସାହୁ ମିଳିତ ଭାବେ ଅଧ୍ୟାପିକାଙ୍କୁ ହତ୍ୟା କରିଥିବା ମୃତାଙ୍କ ବାପା ଅଭିଯୋଗରେ ଦର୍ଶାଇଥିଲେ। ଅଧ୍ୟାପିକା ଜଣକ ମାସକ ତଳେ ତାଙ୍କର ଜଣେ ସମ୍ପର୍କୀୟଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ପୀଡ଼ିତା ଆତ୍ମହତ୍ୟା କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ତଦନ୍ତରେ ଅବହେଳା କରିଥିବାରୁ ପୁଲିସ ବିଭାଗ ପକ୍ଷରୁ ତଦନ୍ତକାରୀ ଅଧିକାରୀ ଥିବା ଏସଆଇ ପି.କେ. ସ୍ବାଇଁଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଛି।

Comments are closed.