ଆଇଆଇସିଙ୍କୁ ପିଟିଲେ ଲୋକେ , ୨୩ ଅଟକ

0

ବାସୁଦେବପୁର: ଡିଜେ ବଜାଇବାକୁ ମନା କରି ପୁଲିସ ବାବୁ ଖାଇଛନ୍ତି ନିର୍ଧୂମ ମାଡ଼। ଥାନା ଅଧିକାରୀଙ୍କୁ ଗାଁ ଲୋକେ ଦାଣ୍ଡରେ ମାଡ଼ ମାରିବା ସହିତ ପୁଲିସ ଭ୍ୟାନ୍‌କୁ ଭଙ୍ଗାରୁଜା କରିଛନ୍ତି। ମଙ୍ଗଳବାର ରାତିରେ ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ଲୁଙ୍ଗା ଗାଁରେ।
ପୁଲିସ ସୂଚନା ଅନୁଯାୟୀ, ରଜ ଭସାଣି ବେଳେ କୌଣସି କାରଣରୁ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ ଆଇଆଇସି ନବକୃଷ୍ଣ ନାୟକ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ୨୩ ଜଣଙ୍କୁ ଅଟକ ରଖାଯାଇଛି।

Leave A Reply