କାନରେ ପୋକ ପଶିଯାଇଛି କି ? ଆପଣାନ୍ତୁ ଏହି ଉପାୟ, ପାଇବେ ଯନ୍ତ୍ରଣାରୁ ମୁକ୍ତି

0

ସାଧାରଣତଃ ଅନେକ ସମୟରେ ଆମ ଅଜଣାତରେ କାନରେ କିଛି ପୋକ ବା ପିମ୍ପୁଡ଼ି ଆଦି ପଶିଯାଏ। ଏହାଦ୍ବାରା ବହୁତ କଷ୍ଟ ହେବା ସହ ତାକୁ ବାହାର କରିବାରେ ଅସୁବିଧା ମଧ୍ୟ ହୋଇଥାଏ। ବେଳେବେଳେ ତ ଏପରି ହୁଏ ଯେ, ପୋକ ବାହାର କରୁକରୁ କାନକୁ ମଧ୍ୟ କ୍ଷତି ପହଞ୍ଚିଥାଏ। ହେଲେ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇବା ଦ୍ବାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଚାଲନ୍ତୁ ଜାଣିବା କାନରେ ପୋକ ପଶିଗଲେ କ’ଣ କରିବେ –

• ଯଦି ଆପଣଙ୍କ କାନରେ କିଛି ପୋକ ପଶିଯାଉଛି ତେବେ ଲିମ୍ବ ପତ୍ର ରସରେ କିଛି ବୁନ୍ଦା ରାଶି ତେଲ ମିଶାଇ ପକାଇଲେ କାନ ଭିତରେ ହିଁ ପୋକ ମରିଯିବ। ତା’ପରେ କୌଣସି ନରମ ଜିନିଷରେ ଏହାକୁ ବାହାର କରିପାରିବେ।
• କୌଣସି ପତଳା ଜିନିଷ ଯାହା ସହଜରେ କାନ ଭିତରକୁ ଯାଇପାରିବ ସେଥିରେ ତୁଳା ଗୁଡ଼ାଇ ଗ୍ଲିସେରିନ୍ ଲଗାନ୍ତୁ। ଏହାପରେ ଏହାକୁ କାନରେ ପଶାନ୍ତୁ, ଏହାଦ୍ବାରା ଯାହା ବି ପୋକ ଥିବ ବାହାରି ଆସିବ।
• ସେହିପରି ତୁଳା ଲାଗିଥିବା କୌଣସି କାନ ସଫା କରିବା ଜିନିଷରେ କିଛି ମହୁ ଲଗାଇ କାନରେ ଧୀରେ ଧୀରେ ବୁଲାନ୍ତୁ। ଏମିତି କଲେ କାନରେ ଯାହା ବି ଥିବା ମହୁ ସହ ଲାଗି ବାହାରକୁ ଚାଲିଆସିବ।
• ଜୁଆଣି ପତ୍ରର ରସ ପକାଇଲେ କାନରେ ଥିବା ପୋକ ବାହାରି ଆସିବ।
• ସେହିପରି ପାଣିରେ କଳା ଲୁଣ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ପାଣିରୁ କିଛି ବୁନ୍ଦା କାନରେ ପକାଇଲେ ପଶିଥିବା ପୋକ ମରିଯିବ।

Leave A Reply