ଇଡି ମୁଖ୍ୟାଳୟରେ ହାଜର ହେଲେ କୋଚର ଦମ୍ପତ୍ତି

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର ଇଡିର ମୁଖ୍ୟ କାର୍ଯ୍ୟଳୟରେ ହାଜର ହୋଇଛନ୍ତି। ଭିଡିଓକୋନକୁ ଦିଆଯାଇଥିବା ଋଣ ବାବଦରେ ଇଡି ଏହି ପଚରାଉଚାରା କରିଥିବା ଜଣାପଡିଛି।
ପୂର୍ବରୁ କୋଚର ଦମ୍ପତ୍ତିଙ୍କୁ ଇଡି ବହୁଥର ପଚରାଉଚରା କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ଦିଲ୍ଲୀ ସ୍ଥିତ ଇଡିର ମୁଖ୍ୟ କାର୍ଯ୍ୟଳୟକୁ ଡାକିଥିଲା। ଅନ୍ୟପକ୍ଷରେ ଇଡି ମାର୍ଚ୍ଚ ମାସରେ ଚନ୍ଦା କୋଚରଙ୍କ ବାସଭବନ ଓ କାର୍ଯ୍ୟଳୟର ତଲାସି କରିଥିଲା ଏବଂ ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଭିଡିଓକୋନ ମୁଖ୍ୟ ବେଣୁଗୋପାଳ ଧୁନ, ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ କମ୍ପାନୀ ନ୍ୟୁପାୱାର ରିନୁବେଲ୍ସ ସହ ସମ୍ପର୍କ ଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ଏହି ଋଣ ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ଆଇସିଆଇସିଆଇ ବ୍ୟାଙ୍କ ୨୦୦୯ ରୁ ୨୦୧୧ ମଧ୍ୟରେ ଭିଡିଓକୋନକୁ ୧୮୭୫ କୋଟି ଟଙ୍କା ଋଣ ଦେଇଥିଲା। ଏହି ସମୟରେ ଚନ୍ଦା କୋଚର ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।

Comments are closed.