ପ୍ରଧାନମନ୍ତ୍ରୀଙ୍କର ହେଲିକପ୍ଟର ଯାଞ୍ଚ କରିଥିବା ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବନ କଲେ ଭାରତ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ .- ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହେଲିକପ୍ଟରକୁ ଯାଞ୍ଚ କରିଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ୍‌ ଅଧିକାରୀ  ମହମ୍ମଦ ମହସିନ୍‌ଙ୍କୁ ନିଲମ୍ବନ କରାଯାଇଛି ।  ଏସ୍‌ପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କର ହେଲିକପ୍ଟର ପାଇଁ ଯେଉଁ ବ୍ୟବସ୍ଥା ଓ ନିୟମ ରହିଛି ତାହାର ଉଲ୍ଲଘଂନ ଅଭିଯୋଗରେ ମହମ୍ମଦ ମହସିନଙ୍କୁ ନିଲମ୍ବିତ କରାଯାଇଥିବା ଭାରତ ନିର୍ବାଚନ ଆୟୋଗ(ଇସିଆଇ) ନିଲମ୍ବନ ଆଦେଶରେ ଦର୍ଶାଇଛନ୍ତି ।

 

ଏଥିପାଇଁ ନିର୍ବାଚନ ଆୟୋଗଙ୍କର ଯେଉଁ ନିୟମାବଳୀ ରହିଛି ତାହାକୁ ପାଳନ କରାଯାଇ ନଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ତାଙ୍କୁ ସମ୍ବଲପୁରରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

Comments are closed.