ପ୍ରଦର୍ଶନ, ଭିତ୍ତିଭୂମି ଓ କାର୍ଯ୍ୟକାରିତା ଉପରେ ନବୀନଙ୍କ ଗୁରୁତ୍ୱ  – ୧୩ ମେଡିକାଲ କଲେଜ ତଦାରଖ କରିବେ ୮ ଆଇଏଏସ

ଭୁବନେଶ୍ୱର: ଏଣିକି ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଦର୍ଶନ ଓ କାର୍ଯ୍ୟ ଦକ୍ଷତା ଆକଳନ କରିବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିବା ସହ ରାଜ୍ୟର ତିନି ଜଣ ବରିଷ୍ଠ ଆଇଏଏସଙ୍କୁ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ସଂଯୋଜକ ଅଧିକାରୀ ଭାବେ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଏହି କ୍ରମରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ ଓ  ବୁର୍ଲା ଭୀମସାର, କୃଷି ଉତ୍ପାଦନ କନିଶନର ପ୍ରଦୀପ କୁମାର ମହାପାତ୍ରଙ୍କୁ ବାଙ୍କେଶ୍ଵରର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁରର ମେକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ନିକୁଞ୍ଜ ଧଳଙ୍କୁ କନ୍ଧମାଳ ମେଡିକାଲ କଲେଜ ଓ ସନ୍ଥ ଭୀମଭୋଇ ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି।

ଏହା ବ୍ୟତୀତ ଅନ୍ୟ ଆଇଏଏସଙ୍କୁ ମଧ୍ୟ ବିଭିନ୍ନ ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି।
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝର – ରାଜ କୁମାର ଶର୍ମା
ଯାଜପୁର ମେଡିକାଲ ଓ ହସ୍ପିଟାଲ – ମୋନା ଶର୍ମା
ଅନୁଗୁଳ ମେଡିକାଲ କଲେଜ – ଅନୁ ଗର୍ଗ
ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ – ଅଶୋକ ମୀନା
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦା – ସୁରେନ୍ଦ୍ର କୁମାର
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଭବାନୀପାଟଣା – ହେମନ୍ତ ଶର୍ମା
ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ, ପୁରୀ – କ୍ରୀଷନ କୁମାର

ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କୁ ଦିଆଯାଇଥିବା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକର ସାମଗ୍ରିକ ପ୍ରଦର୍ଶନ ସହ ଭିତ୍ତିଭୂମି ଉନ୍ନୟନ ଓ କାର୍ଯ୍ୟକାରିତା ତଦାରଖ କରିବେ ଓ ସରକାରଙ୍କୁ ପ୍ରତି ମାସରେ ରିପୋର୍ଟ ଦେବେ।

Comments are closed.