ଚର୍ମ କର୍କଟ ସହିତ ସଂଘର୍ଷ କରୁଛନ୍ତି ଇଆନ୍ ଚାପେଲ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଇଆନ୍ ଚାପେଲ ଏବେ ଚର୍ମ କର୍କଟ ରୋଗ ସହିତ ସଂଘର୍ଷ କରୁଛନ୍ତି। ଏନେଇ ୭୫ ବର୍ଷୀୟ ଚାପେଲ ନିଜେ ଗୁରୁବାର ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ପାଇଁ ଚାପେଲ୍ ୧୯୬୪ରୁ ୧୯୮୦ ମସିହା ମଧ୍ୟରେ ୭୫ ଟେଷ୍ଟ୍ ଖେଳିଛନ୍ତି। ଦିର୍ଘ ୫ ବର୍ଷ ହେବ ସେ ଚର୍ମ କର୍କଟ ସହିତ ସଂଘର୍ଷ କରୁଥିବା କଥା କହିଛନ୍ତି। ମାତ୍ର ଆସନ୍ତା ମାସରୁ ଆରମ୍ଭ ହେଉଥିବା ଆସେସ୍ ଶୃଙ୍ଖଳାରେ ସେ ଭାଷ୍ୟକାର ଭୂମିକା ତୁଲାଇବା ନେଇ ଆଶାବାଦୀ ଅଛନ୍ତି।
ଇଆନ୍ ଚାପେଲ୍ ଏକ ୱେବସାଇଟକୁ ସାକ୍ଷାତକାର ଦେଇ କହିଛନ୍ତି, ‘‘ମୁଁ ଏବେ ଚର୍ମ କର୍କଟ ରୋଗ ସହିତ ସଂଘର୍ଷ କରୁଛି। ଏ ବିଷୟରେ ମୁଁ ପ୍ରଥମରୁ କାହାକୁ କହିନଥିଲି। ଆପଣ ୭୦ ବର୍ଷରେ ପହଞ୍ଚିଗଲେ ନିଶ୍ଚିତ ନିସ୍ତେଜ ଅନୁଭବ କରିବେ। ମୁଁ ଭାବୁଛି ଚର୍ମ କର୍କଟ ମୋ ସହିତ ଅନେକ ବର୍ଷରୁ ରହି ଆସିଛି। ବର୍ତ୍ତମାନ ପରିସ୍ଥିତିରେ ପାଥୋଲୋଜି ରିପୋର୍ଟ ଠିକ୍ ଥିବାରୁ ମୁଁ ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଆସେସ୍ ଶୃଙ୍ଖଳାରେ ଭାଷ୍ୟକାର ରହି ପାରିବି’ ବୋଲି ଚାପେଲ୍ କହିଛନ୍ତି”।

Comments are closed.