ଭଗବାନଙ୍କୁ ଆଇଫୋନ୍ ଉପହାର ଦେଲେ ଭକ୍ତ !

0

ଭକ୍ତ ମନରେ ଯେ କ’ଣ ଅଛି, ତାହା ସ୍ବୟଂ ଭଗବାନଙ୍କୁ ହିଁ ଜ୍ଞାତ। ସାଧାରଣ ମନୁଷ୍ୟ ଅବା ଏସବୁ କେଉଁଠୁ ଜାଣିପାରିବ? ନିକଟରେ ଜଣେ ଭକ୍ତଙ୍କ ପଦକ୍ଷେପକୁ ନେଇ ପୂରା ଭାରତବର୍ଷରେ ଚର୍ଚ୍ଚା ଚାଲିଛି। ବିଜୟୱାଡାର ସୁବ୍ରମଣ୍ୟମ୍ ସ୍ବାମୀ ମନ୍ଦିରରେ ଦୈନିକ ସଂଖ୍ୟାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ। ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଏଠାକୁ ଆସନ୍ତି। ସର୍ପଦୋଷ ନିବାରଣ, କେତୁ ଦୋଷ ଦୂର ନିମନ୍ତେ ହିଁ ଏଠାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ମନ୍ଦିର ଦାନପାତ୍ରରେ ବିଭିନ୍ନ ବର୍ଗର ଲୋକେ ଅନେକ ପ୍ରକାରର ଜିନିଷ ତଥା ଟଙ୍କାପଇସା ଦାନ କରିଥାନ୍ତି। କିଛିଦିନ ତଳର ଘଟଣା। ଦାନ ହୁଣ୍ଡି ସେବକମାନେ ଖୋଲିବା ପରେ ଆଇଫୋନର ଡବା ପାଇଲେ। ପ୍ରଥମେ ଏହା ନକଲି କିମ୍ବା ଖେଳନା ହୋଇଥିବ ବୋଲି ସେବକମାନେ ଭାବିଲେ। ହେଲେ ଫୋନଟି ଏକଦମ୍ ନୂଆ ଥିବା ସହ ଉତ୍ତମ ଭାବେ କାର୍ଯ୍ୟ କରୁଥିଲା। ଜଣେ ଭକ୍ତ ଭଗବାନଙ୍କୁ ଆଇଫୋନ୍ ଉପହାର ଦେବା ପଛର କାରଣ ଏବେ ମଧ୍ୟ ରହସ୍ୟମୟ।

Leave A Reply