ପ୍ରେମିକା ହାତକୁ ଟେକି ଦେଲେ ସ୍ବାମୀର ହାତ

ଭୁବନେଶ୍ବର: ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ସ୍ବାମୀର ସାଥୀ ହୋଇଥିଲେ। ସ୍ବାମୀର ହାତ ଧରି ଜୀବନର ବାଟ ଚାଲିବେ ବୋଲି ଭାବିଥିଲେ । ହେଲେ ସ୍ବାମୀର ହାତ ଧରି ବେଶି ଦିନ ଚାଲି ପାରିଲେ ନାହିଁ ଗାୟତ୍ରୀ । ସ୍ବାମୀର ଖୁସୀ ପାଇଁ ଅନ୍ୟ ଜଣେ ଝିଅ ହାତରେ ଟେକି ଦେଲେ ସ୍ବାମୀର ହାତ। ଏହା ଏକ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ମଧ୍ୟ କଥାଟା ପୁରା ସତ। ଏଭଳି ଏକ ରୋଚକ ଘଟଣା ମାଲକାନାଗିରି ଜିଲାରେ​‌ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ରାମ କବାସୀ ନାମକ ଜଣେ ବିବାହିତ ଯୁବକଙ୍କ ସହ ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲି ଗ୍ରାମର ଆଇତା ମାଡକାମୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ ହେଲେ ରାମ କବାସୀ ବିବାହିତ ହୋଇଥିବାରୁ ସେ ଆଇତା ମାଡକାମୀଙ୍କୁ ଦ୍ବିତୀୟ ବିବାହ କରି ପାରିନଥିଲେ। ଏନେଇ ଆଇତା ମାଥିଲି ଥାନାରେ ରାମଙ୍କ ନାମରେ ଅଭିଯୋଗ ଆଣିଥିଲେ। ସ୍ବାମୀର ଖୁସୀ ପାଇଁ ହେଉ ଅବା ଆଇନ ଜାଲରୁ ସ୍ବାମୀକୁ ବଞ୍ଚାଇବା ପାଇଁ ହେଉ ରାମଙ୍କ ପ୍ରଥମ ସ୍ତ୍ରୀ ଗାୟତ୍ରୀ କବାସୀ ନିଜ ସ୍ବାମୀଙ୍କୁ ତାଙ୍କ ପ୍ରେମିକା ସହ ବିବାହ କରାଇବାର ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ଏକ ମନ୍ଦିରରେ ବୈଦିକ ରୀତିନୀତି ଅନୁସାରେ ସ୍ବାମୀଙ୍କର ଦ୍ବିତୀୟ ବିବାହ କରାଇଛନ୍ତି ଏହି ଆଦିବାସୀ ମହିଳା। ଉଭୟ ପରିବାର ସଦସ୍ୟଙ୍କ ସହ ଗାଁର କିଛି ଭଦ୍ର ବ୍ୟକ୍ତିଗଣ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

Comments are closed.