୪ ବର୍ଷର ଶିଶୁ ସମେତ ସ୍ତ୍ରୀକୁ ଜୀବନ୍ତ ଜାଳି ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ

0

ନୂଆଦିଲ୍ଲୀ: ହାଇଦ୍ରାବାଦର ଘାଟକେସର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବିବାଦକୁ ନେଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସ୍ତ୍ରୀ ଓ ଶିଶୁପୁତ୍ରକୁ ଜୀବନ୍ତ ଜାଳିଲା ପରେ ଅଭିଯୁକ୍ତ ଜଣଙ୍କ ଥାନାରେ ଆତ୍ମସର୍ମପଣ କରିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ୨୦୧୫ରେ ଗୁଦୁର ଗ୍ରାମର ବାସିନ୍ଦା ରମେଶ ୱାରଙ୍ଗଲ ଜିଲାରେ ବୋଲିକୁଣ୍ଡ ଗ୍ରାମର ସୁଶ୍ରିତାଙ୍କ ସହ ବିବାହ ହୋଇଥିଲା । ସେମାନଙ୍କ ଏକ ଚାରି ବର୍ଷର ଶିଶୁପୁତ୍ର ରହିଛି । ଗତ ୧୦ ମାସ ହେବ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ସେହି କାରଣରୁ ସୁଶ୍ରିତା ରମେଶଙ୍କୁ ଛାଡି ନିଜ ବାପା ରହି ଆସୁଥିଲେ । କିନ୍ତୁ ବିବାଦର ସମାଧାନ ପାଇଁ ସୁଶ୍ରିତା କିଛି ଦିନ ହେବ ରମେଶଙ୍କ ନିକଟକୁ ଫେରିଥିଲେ । ହେଲେ ବିବାଦର ସମାଧାନ ହେବା ପରିବର୍ତ୍ତେ ଉଭୟଙ୍କ ମଧ୍ୟରେ ପୁଣି ବିବାଦ ଉପୁଜିଥିଲା । ସୁଶ୍ରିତା ରାଗରେ ନିଜେ ନିଦ ବଟିକା ଖାଇବା ସହ ୪ବର୍ଷର ଶିଶୁପୁତ୍ରକୁ ମଧ୍ୟ ନିଦ ଖୁଆଇ ଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରମେଶ ଚେତାଶୂନ୍ୟ ଅବସ୍ଥାରେ ଉଭୟ ମା’ ଓ ଛୁଆଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା । ସେଠାରେ ସେମାନଙ୍କ ହାତ ଗୋଡ ବାନ୍ଧି ଜୀବନ୍ତ ଚିତା ଜଳାଇ ଦେଇଥିଲା। ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply