ଭାରତରେ ବନ୍ଦ ହେଲା ହୁଣ୍ଡାଇ ଇୟୋନର ନିର୍ମାଣକାର୍ଯ୍ୟ

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇ ନିଜର ମଡେଲ ଇୟୋନର ନିର୍ମାଣ କାର୍ଯ୍ୟ ଭାରତରେ ବନ୍ଦ କରିବାକୁ ଯାଉଛନ୍ତି। କମ୍ପାନୀ ନିଜର ୱେବସାଇଟରେ ଏହି ସୂଚନା ଜାରିକରିଛି। ହୁଣ୍ଡାଇ ଇୟୋନ ବର୍ତ୍ତମାନ ଭାରତରେ ବନ୍ଦ ହେବାପରେ କମ୍ପାନୀର ସେଣ୍ଟ୍ରୋ ମଡେଲ କାର ସବୁଠାରୁ ଶସ୍ତା ଏବଂ ଛୋଟ କାରର ମାନ୍ୟତା ପାଇଛି।
ହୁଣ୍ଡାଇ ଇୟୋନ ନୂଆ ସୁରକ୍ଷା ନିୟମ ଅନୁସାରେ ନିଜର କାରକୁ ଅପଡେଟ ନକରି ଏହାର ନିର୍ମାଣ ବନ୍ଦ କରିଦେଇଛି। ନୂଆ ନିୟମ ଅନୁସାରେ ସମସ୍ତ ମଡେଲରେ ଡ୍ରାଇଭର ଏୟାରବ୍ୟାଗ୍‍, ଏଣ୍ଟି ଲକ ବ୍ରେକିଂ ବ୍ୟବସ୍ଥା, ରିଅର ପାର୍କିଂ ସେନସର, ସ୍ପିଡ ଲିମିଟର ଆଦି ଫିଜର ଲାଗୁ କରାଯାଇଛି।
ହୁଣ୍ଡାଇ ଭାରତରେ ନୂଆ ସେଣ୍ଟ୍ରୋ ଲଞ୍ଚ କରିବା ପରେ ଇୟୋନର ନିର୍ମାଣ ବନ୍ଦ କରିଦେଇଛି। ସେଣ୍ଟ୍ରୋ ଲଞ୍ଚ କରିବା ପୂର୍ବରୁ ପ୍ରତ୍ୟକ ମାସ ୪୪୪୦ ୟୁନିଟ ବିକ୍ରି କରାଯାଉଥିଲା। ସଣ୍ଟ୍ରୋ ହେଚବ୍ରେକ ଲଞ୍ଚ କରିବା ପରେ ଇୟୋନ ୬ୟୁନିଟ ବିକ୍ରି କରିପାରିଛି। ହୁଣ୍ଡାଇ ଇୟୋନରେ ୦.୮ ଲିଟର ଓ ୧.୦ ଲିଟର ପେଟ୍ରୋଲ ଇଞ୍ଜିନ ବିକଳ୍ପ ରଖାଯାଇଛି। ଏହାସହ ଏଥିରେ ୫ସ୍ପିଡ ଗିୟରବକ୍ସ ମଧ୍ୟ ରହିଥିଲା। ଏହି କାର ସ୍ଥାନରେ କମ୍ପାନୀ କେଉଁ କାର ଆଣିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ଦେଇନାହିଁ।

Comments are closed.