କୁକୁର ଚାଟିବାରୁ ବ୍ୟକ୍ତିଙ୍କ ମୃତ୍ୟୁ; ଡାକ୍ତର ହେଲେ ଚକିତ

କୁକୁର ଚାଟିବା କାରଣରୁ ଜଣେ ୬୩ ବର୍ଷୀୟ ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ବର୍ଲିନର Rote Kreuz Krankenhaus ହସ୍ପିଟାଲର ମେଡିକାଲ ଜର୍ନଲରେ ପ୍ରକାଶ ପାଇଛି। ଜର୍ନଲରେ ଡାକ୍ତରମାନଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବ୍ୟକ୍ତିଙ୍କୁ କୁକୁର ଚାଟିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। କିନ୍ତୁ କୁକୁର ଚାଟିବା ପରେ ବ୍ୟକ୍ତିଙ୍କ ଅବସ୍ଥା ଅଧିକ ଖରାପ ହୋଇଥିଲା। ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ଦୁଇ ସପ୍ତାହ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ରୋଗାଗ୍ରସ୍ତ ହେବା ପରେ ସେହି ବ୍ୟକ୍ତିଙ୍କୁ ୧୦୬ ଡିଗ୍ରୀ ଜ୍ବର ରହୁଥିଲା। ଏହା ସହ ସେ ଗଙ୍ଗରେନେ (Gangrene) ଏବଂ ପିନେଉମୋନିଅ (Pneumonia) ନାମକ ରୋଗରେ ପୀଡିତ ଥିଲେ। ବ୍ୟକ୍ତି ଜଣଙ୍କୁ ଯେଉଁ ବ୍ୟାକ୍ଟେ‌ରିୟାରେ ସଂକ୍ରମିତ ହୋଇଥିଲା ତାହା ହେଉଛି Capnocytophaga canimorsus।

ହସ୍ପିଟାଲରେ ପହଞ୍ଚିବା ସମୟରେ ତାଙ୍କୁ ଜ୍ବର ସହ ଶ୍ବାସ ଜନିତ ସମସ୍ୟା ଥିଲା। କିନ୍ତୁ ଚିକିତ୍ସା ଆରମ୍ଭ ହେବା ପରେ ତାଙ୍କ ରୋଗ ଆହୁରି ବଢିବାରେ ଲାଗିଥିଲା। ତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। ତାଙ୍କ ଚେହେରାରେ କୁଣ୍ଡିଆ ବା ଚର୍ମରୋଗ ହେବା ସହ ଶରୀରର ଯନ୍ତ୍ରଣା ସମସ୍ୟା ଦେଖାଯାଇଥିଲା। ତାଙ୍କ ତ୍ବଚା ପଚି ନଷ୍ଟ ହୋଇ ଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ସାଧାରଣତଃ ପଶୁ କାମୁଡିବା ଦ୍ବାରା ବ୍ୟାକ୍ଟେ‌ରିୟା ସଂକ୍ରମିତ ହୋଇଥାଏ। କିନ୍ତୁ ଚାଟିବା ଦ୍ବାରା ବହୁତ କମ୍ ବ୍ୟାକ୍ଟେ‌ରିୟା ସଂକ୍ରମିତ ହୋଇଥାଏ ବୋଲି ଡାକ୍ତର କହିଛନ୍ତି। କୁକୁର ଚାଟିବା ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଘଟଣା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି।

ନେଦରଲ୍ୟାଣ୍ଡର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୧୫ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ଜଣଙ୍କୁ ଏପରି ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ସହ ଏପରି ହୋଇଥାଏ।

Naomi Mader ନାମକ ଏକ ଡାକ୍ତରୀ ଦଳ କହିଛନ୍ତି ଯେ, ଯଦି ପୋଷା କୁକୁର ରଖୁଥିବା ଲୋକଙ୍କଠାରେ ଜ୍ବର ଲାଗି ରହିବ ଭଳି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Comments are closed.