‘ୱାୱେ ୱାଇ-୯'(୨୦୧୯)ର ପ୍ରଥମ ବିକ୍ରି ଆରମ୍ଭ

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ‘ୱାୱେ ନିକଟରେ ନିଜର ଏକ ନୂଆ ସ୍ମାର୍ଟଫୋନ ‘ୱାୱେ ୱାଇ-୨୦୧୯’ ଭାରତରେ ଲଞ୍ଚ କରିଛି। ଏହି ଫୋନ ଗତବର୍ଷ ଲଞ୍ଚ ହୋଇଥିବା ‘ୱାୱେ ୱାଇ-୯'(୨୦୧୮)ର ଅପଗ୍ରେଡ ଭର୍ସନ। ‘ୱାୱେ ୱାଇ-୯'(୨୦୧୯)ର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୫ଇଞ୍ଚର ଡିସପ୍ଲେ, ଡୁଆଲ ରିୟର କ୍ୟାମେରା ଏବଂ ୪୦୦୦ଏମଏଚର ବ୍ୟାଟେରୀ ମଳିବ। ଏହାବ୍ୟତୀତ ଫୋନରେ ହାଇସିଲିକନ କିରିନ୍‍ ୭୧୦ପ୍ରୋସେସର ରହିଛି। ଆମାଜନ ଇଣ୍ଡିଆରେ ଏହି ଫୋନ ଉପଲବ୍ଧ ରହିଛି।
‘ୱାୱେ ୱାଇ-୯'(୨୦୧୯)ରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧ଆଧାରିତ ଇଏମୟୁଆଇ ୮.୨ଅପରେଟିଙ୍ଗ ସିଷ୍ଟମ ଏବଂ ୬.୫ଇଞ୍ଚର ଫୁଲ ଭ୍ୟୁ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯.୫:୯ ରହିଛି। ଏଥିରେ ୪-ଜିବି ରାମ ଏବଂ ୬୪-ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଗେମିଙ୍ଗ ପାଇଁ ଫୋନରେ ଜିପିୟୁ ଟର୍ବୋ ସପୋର୍ଟ ଦିଆଯାଇଛି। ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩-ମେଗାପିକ୍ସେଲର ଏଫ/୧.୮ଅଫର୍ଚର ଏବଂ ଅନ୍ୟ କ୍ୟାମେରାଟି ୨ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ଏଫ/୨.୪। ଏହାର ଆଗପଟେ ମଧ୍ୟ ଡୁଆଲ ରିୟର କ୍ୟାମାରୋ ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ଏଫ୍‍/୧.୦ ଏବଂ ଅନ୍ୟଟି ୨-ମେଗାପିକ୍ସେଲର ରହିଛି। ଉଭୟ ଆଗପଟ ଏବଂ ପଛପଟ କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ପାଇପାରିବେ। ସଂଯୋଗ ପାଇଁ ଫୋନରେ ଟିପଚିହ୍ନ ସେନସର, ଫେସଅନଲକ୍ ଏବଂ ୪୦୦୦ଏମ୍ଏଚର ବ୍ୟଟେରୀ ରହିଛି। ଏହାବ୍ୟତୀତ ଫୋନରେ ବ୍ଲୁ-ଟୁଥ, ଜିପିଏସ୍‍, ମାଇକ୍ରୋ ୟୁଏସବି, ୱାଇ-ଫାଇ ଏବଂ ୩.୫ଏମ୍‍ମର ହେଡଫୋନ ଜ୍ୟାକ ମଳିବ।
ଫୋନରେ ଏକାସଙ୍ଗରେ ଦୁଇଟି ସିମ କାର୍ଡ ଏବଂ ଗୋଟିଏ ମେମୋରୀ କାର୍ଡ ବ୍ୟବହାର କରିପାରିବେ। ଏହି ଫୋନର ୪-ଜିବି ରାମ ଏବଂ ୬୪-ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୧୫,୯୯୦ଟଙ୍କା। ଫୋନ ସହିତ ବୋଟ କମ୍ପାନୀର ୨,୯୯୦ଟଙ୍କାର ଏକ ବ୍ଲୁଟୁଥ ହେଡଫୋନ ମାଗଣାରେ ପାଇପାରିବେ।

Leave A Reply