ଫେବ୍ରୁଆରୀ ୨୪ରେ ବଜାରକୁ ଆସିବ ‘ୱାୱେ’ ଫୋଲଡେବଲ୍ ୫ଜି ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ‘ୱାୱେ’ ତାର ପ୍ରଥମ ୫-ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ୱାୱେ ତରଫରୁ ଏହାର ସୂଚନା ଟ୍ୱିଟ କରି ଦିଆଯାଇଛି। ଏହି ଫୋନ ଫେବ୍ରୁଆରୀ ୨୪ରେ ବଜାରକୁ ଆସିବ। କମ୍ପାନୀ ଏହି ଫୋନର ଲଞ୍ଚିଙ୍ଗ ପାଇଁ ମେଡିଆ ନିମନ୍ତ୍ରଣ ମଧ୍ୟ ପଠାଇସାରିଛି। ଏହାର ବିଶେଷତ୍ୱ ବାବଦରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ।

courtesy-BGR.com

କିନ୍ତୁ ଖବର ଅନୁସାରେ, ଏହି ଫୋନ ଇନହାଉସ ପ୍ରୋସେସର ହାଇ ସିଲିକନ କିରିନ ୯୮୦ ସହିତ ଲଞ୍ଚ କରାଯିବ। ଏଥିରେ ୫ଜି ପାଇଁ ୫୦୦୦ମଡେମ୍‍ ରହିବ।
ଏପର୍ଯ୍ୟନ୍ତ ଲିକ୍‍ ରିପୋର୍ଟ ଅନୁସାରେ, ୱାୱେର ଫୋଲଡେବୁଲ ସ୍ମାର୍ଟଫୋନରେ ୫ଜିର ସପୋର୍ଟ ରହିବ ଏବଂ ଫୋନରେ ୭.୨ଇଞ୍ଚର ଡିସପ୍ଲେ ମିଳିବ।

Leave A Reply