କୋବି କିଣିବାକୁ ଯାଇ ମିଳିଲା ୧କୋଟି ୫୮ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ କାହା ପାଇଁ ବଦଳିଯାଏ ଏହାର ଆକଳନ କରିବା ସାଧାରଣ ମଣିଷଙ୍କ ପାଇଁ ଅସମ୍ଭବ। ତେଣୁ ଋଷି ମହାତ୍ମାମାନେ ମାନବଜାତିକୁ ଜୀବନ ଶୈଳୀରେ ଶାନ୍ତ ରହିବାକୁ ପରାମର୍ଶ ଦେଇଥାନ୍ତି। କାରଣ ସମୟର ଚକ୍ରରେ ନିଜ କର୍ତ୍ତବ୍ୟ ସଠିକ ଭାବେ ପ୍ରତିପାଦିତ କରିବା ମଣିଷର ଧର୍ମ, ଏହାର ପ୍ରଭାବରେ ବିଚଳିତ ହେବା ଆଦୌ ଉଚିତ ନୁହେଁ ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାର ଜଣେ ମହିଳାଙ୍କ ଭାଗ୍ୟରେ ଦୃଶ୍ୟମାନ ହୋଇଛି। କୋବି କିଣିବା ପାଇଁ ନିକଟସ୍ଥ ପରିବା ଦୋକାନକୁ ଯାଇଥିଲେ। ଭେନିସା ୱାର୍ଡ଼ ନାମକ ଏହି ମହିଳା କୋବି କିଣୁକିଣୁ ସେଠାରେ ଥିବା ଏକ ସ୍କ୍ରାଚ କାର୍ଡ଼ କିଣିବାକୁ ଚିନ୍ତା କରିଥିଲେ। ନିଜ କୌତୁହଳ ବସତଃ କୋବି ଓ ସ୍କ୍ରାଚ କାର୍ଡ଼ କିଣି ଭେନିସା ଘରକୁ ଫେରି ଆସିଥିଲେ। ଘରେ ପହଞ୍ôଚ ଉକ୍ତ କାର୍ଡ଼କୁ ସ୍କ୍ରାଚ୍‍ କରିବା ପରେ ଯେଉଁ ନମ୍ବର ବାହାରିଲା ତାହା ଥିଲା ଉକ୍ତ ଗେମର ପ୍ରଥମ ପୁରସ୍କାର ବିଜେତାଙ୍କ ନମ୍ବର। ୨ଲକ୍ଷ ୨୫ହଜାର ଡଲାର(ଭାରତୀୟ ମୁଦ୍ରାରେ ୧କୋଟି ୫୮ଲକ୍ଷ ଟଙ୍କା) ପୁରସ୍କାର ବିଜେତା ଭେନିସା ମଧ୍ୟ କିଛି ସମୟ ପାଇଁ ବିଶ୍ୱାସ କରି ପାରୁନଥିଲେ ଯେ, ତାଙ୍କ ଜୀବନରେ ଏଭଳି ଏକ ଅର୍ଥନୈତିକ ପରିବର୍ତ୍ତନ ଆସିବ। ମଧ୍ୟମ ବର୍ଗ ପରିବାରରେ ଜନ୍ମିତ ଭେନିସା ବିଶ୍ୱର ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଆଗ୍ରହୀ ଥିଲେ। ତେବେ ଅର୍ଥାଭାବରୁ ଏହା ତାଙ୍କ ପାଇଁ ସମ୍ଭବ ନଥିଲା। ଏବେ ଏତେ ଟଙ୍କା ପୁରସ୍କାର ରାଶି ଜିତିବା ପରେ ସେ ଏହି ଅର୍ଥକୁ ତାଙ୍କ ଅବସରକାଳୀନ ଯୋଜନାରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply