ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

0

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ମଧ୍ୟମା ପରୀକ୍ଷାର ଖାତା ଦେଖା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ। ଏନେଇ ବୋର୍ଡ ପକ୍ଷରୁ ପରୀକ୍ଷକ ତାଲିକା ପ୍ରକାଶ ପାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଖାତାଦେଖା ନିମନ୍ତେ ମୋଟ୍‍ ୧୬ହଜାର ୩୦ଜଣ ଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ମଧ୍ୟମା ପରୀକ୍ଷା ଖାତା ଦେଖିବେ ୧୭୬ଜଣ। ପରୀକ୍ଷକମାନେ ୨୪ତାରିଖ ପୂର୍ବାହ୍ନ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିନ୍ନଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ୨୪ ତାରିଖ ଅପରାହ୍ଣ ୨ଟାରେ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ବୈଠକ ଡକାଯିବ। ଅନୁପସ୍ଥିତ ଥିବା ପରୀକ୍ଷକଙ୍କ ସ୍ଥାନରେ ତୁରନ୍ତ ସେହିଦିନ ନୂତନ ପରୀକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି।

Leave A Reply