ଭାରସାମ୍ୟ ହରାଇ ଖାଇକୁ ଖସିଲା ଏଚଆରଟିସି ବସ, ୩୮ ଆହତ

0

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସୋଲନ ଜିଲାର ଆର୍କିରେ ଏଚଆରଟିସି ର ଏକ ବସ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ୩୮ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଆଇଜିଏମସି ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏଚଆରଟିସି ର ଏକ ବସ ମାଂଝୁ ରୁ ଆର୍କି ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣା ବେଳେ ବସରେ ୩୮ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ସ୍ଥଳରେ କାହାର ମୃତ୍ୟୁ ହୋଇ ନଥିବା ଜଣାପଡିଛି । ତେବେ ଆହତଙ୍କ ମଧ୍ୟରୁ ୩୬ ଜଣଙ୍କୁ ଅର୍କି ହସ୍ପିଟାଲ ଏବଂ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply