ହାକୁଡି ବନ୍ଦ କରିବାର ସହଜ ଉପାୟ

0
2059
pic courtesy Beauty Tips | Herbal Remedy | Disease Treatments

ହିଚ୍କି ବା ହାକୁଡି ହେବା ଏକ ସାଧାରଣ କଥା । ଜଲଦି ଜଲଦି ଖାଇବା, ଅଧିକ ରାଗ ଖାଇବା ବା ଖାଇବା ସମୟରେ କଥାବର୍ତ୍ତା କରିବା ବେଳେ ହାକୁଡି ଆସିଥାଏ । ଏଭଳି ସମସ୍ୟାର ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।

ହାକୁଡି ଆସିଲେ ପ୍ରଥମେ ଏକ ଗ୍ଲାସ ଥଣ୍ଡା ପାଣି ପିଅନ୍ତୁ ।

ଆପଣ ଚାହିଁଲେ ଉଷୁମ ପାଣି ମଧ୍ୟ ପିଇ ପାରିବେ ।

ଫାଳେ ଲେମ୍ବୁ ନେଇ ସେଥିରେ ଅଳ୍ପ ଲୁଣ ପକାଇ ପାଟିରେ ଚିପୁଡି ଦିଅନ୍ତୁ । ହାକୁଡି ତୁରନ୍ତ ବନ୍ଦ ହୋଇଯିବ ।

ଉଷୁମ ପାଣିରେ କୁଳି ମଧ୍ୟ କରି ପାରନ୍ତି ।

ଏକ ଲମ୍ବା ପ୍ରଶ୍ବାସ ନେଇ ୧୦ରୁ ୨୦ ସେକେଣ୍ଟ ପର୍ୟ୍ୟନ୍ତ ଧୀରେ ଧୀରେ କରି ଛାଡନ୍ତୁ । ଏହା ଦ୍ବାରା ଉପଶମ ମିଳିବ ।

ଏକ ଚୁଟକି ଚିନି ନେଇ ପାଟିରେ ରଖନ୍ତୁ ଏବଂ ହାକୁଡି ବନ୍ଦ ହୋଇଗଲେ ବାହାର କରି ଦିଅନ୍ତୁ ।

ତୁଳସୀ ଓ ଚିନିର ପାଣି ମଧ୍ୟ ପିଇ ପାରିବେ ।

ବେଲୁନ ଫୁଙ୍କିଲା ଭଳି ମଧ୍ୟ ଚେହେରା କରିବା ଦ୍ବାରା ହାକୁଡି ବନ୍ଦ ହୋଇଯାଏ ବୋଲି କୁହାଯାଏ ।

Facebook Comments

READ  ଅନଲାଇନରେ ନିଲାମ ହେବ ନୀରବ ମୋଦୀଙ୍କ ବିଳାସମୟ ଗାଡ଼ି