ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଘରୋଇ ଉପଚାର

ବର୍ଷା ଋତୁରେ ବୁଢା ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ରୋଗରେ ପଡିଥାଆନ୍ତି । ଝାଡା, ବାନ୍ତି, ଥଣ୍ଡା ଓ ଜ୍ବର ଭଳି ଅନେକ ରୋଗ ହୋଇଥାଏ । ଏଭଳି ପରିସ୍ଥିତିରେ ବଡ ଲୋକମାନେ ଔଷଧ ଖାଇ ସୁସ୍ଥ ହୋଇ ଯାଆନ୍ତି । କିନ୍ତୁ ଛୋଟ ପିଲା ବା ଶିଶୁମାନେ ଏଥିରେ ଅଧିକ କଷ୍ଟ ଅନୁଭବ କରି ଥାଆନ୍ତି । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ଯାହା ଦ୍ବାରା ଏହି ସବୁ ରୋଗରୁ ଶିଶୁଙ୍କୁ ବଞ୍ଚାଇ ପାରିବେ ।

ଯଦି ଶିଶୁଟିର ଝାଡ଼ା ହେଉଛି, ଏହାର କାରଣ ଖାଦ୍ୟ-ପାନୀୟ ହୋଇପାରେ । ତେଣୁ ଶିଶୁଙ୍କ ଖାଦ୍ୟ-ପାନୀୟ ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ରହିଛି । ଏହା ସହ ଅଦା ରସ ନେଇ ଶିଶୁଙ୍କ ନାଭି ଚାରି ପଟେ ଲଗାଇବା ଦ୍ବାରା ଏଥିରୁ ଆରାମ ମିଳିଥାଏ ।

ମିଶ୍ରି ଓ ପିଜୁଳି ଖାଇବା ଦ୍ବାରା ମଧ୍ୟ ଏଥିରୁ ଆରାମ ମିଳିଥାଏ । ଯଦି ଶିଶୁଟି ବହୁତ ଛୋଟ ହୋଇଥାଏ ତେବେ ଶିଶୁର ମାଆ ଏହାକୁ ସେବନ କରିବା ଉଚିତ୍ । କାରଣ ମାଆ କ୍ଷୀର ହିଁ ଶିଶୁଟିର ମୁଖ୍ୟ ଆହର ହୋଇଥାଏ ।

କଞ୍ଚା ଅମୃତଭଣ୍ଡା ସିଝାଇ ଖାଇବା ଦ୍ବାରା ଶିଶୁର ଝାଡା ବନ୍ଦ ହୋଇଥାଏ । ଶିଶୁଟି ଯଦି ଏକ ବର୍ଷରୁ ଅଧିକ ହୋଇଥିବା ଦିନକୁ ୨-୩ ଥର ଅଳ୍ପ ଅଳ୍ପ କରି ଦିଅନ୍ତୁ ।

ଯଦି ଶିଶୁଟି କେବଳ ମାଆ କ୍ଷୀର ଉପରେ ନିର୍ଭର, ତେବେ ମାଆ ଭୋଜନ କରି ସାରିବା ପରେ ଲସିରେ ଏକ ଚାମଚ ଭଜା ଜୀରା ଏବଂ କଳା ଲୁଣ ପକାଇ ପିଅନ୍ତୁ । ଏହା ପରେ ସ୍ତନ୍ୟପାନ କରାନ୍ତୁ ।

କ୍ରମଶଃ……

Comments are closed.