ଏଭଳି ପରଖନ୍ତୁ କାଜୁ ଅସଲି ନା ନକଲି

କାଜୁ ଉଚ୍ଚ କ୍ୟାଲୋରୀଯୁକ୍ତ ହୋଇଥିଲେ ମଧ୍ୟ ଏହାକୁ ଟାଏଟ୍‌ରେ ସାମିଲ କରାଯାଏ। ଏଥିରେ ପ୍ରୋଟିନ୍, ଭିଟାମିନ୍, ମିନରଲ୍ସ, ଫାଇବର ଆଦି ଭରପୁର ମାତ୍ରାରେ ରହିଥାଏ। ଏହାର ସେବନ ଶରୀର ପାଇଁ ଉତ୍ତମ ହୋଇଥାଏ। ଏହା ପାଚନ ଶକ୍ତିକୁ ବୃଦ୍ଧି କରିବା ସହ ତ୍ବଚାର ଚମକ୍ ମଧ୍ୟ ବୃଦ୍ଧି କରାଇଥାଏ।
ଭାରତରେ ସବୁ ସ୍ଥାନରେ କାଜୁ ଚାଷ ହୁଏ ନାହିଁ। କେରଳ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ କାଜୁ ଚାଷ ହୁଏ। ଏହାର ଦାମ ମଧ୍ୟ ଅଧିକ ରହିଥାଏ। ତେଣୁ କିଣିବା ସମୟରେ ସାବଧାନତା ଅବଲମ୍ବନ ନକଲେ ଆପଣ ଠକାମିରେ ଶିକାର ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା କାଜୁ କିଣିବା ସମୟରେ କିପରି ଜାଣିବେ ତାହା ଅସଲି ନା ନକଲି।
କାଜୁର ରଙ୍ଗ ଧଳା ହେବା ଆବଶ୍ୟକ। ଯଦି କାଜୁ ରଙ୍ଗ ହଲ୍‌କା ହଳଦିଆ ହୋଇଥାଏ ତେବେ ତାହାକୁ କିଣନ୍ତୁ ନାହିଁ। କାରଣ ତାହା ହେଉଛି ନକଲି କାଜୁ।
କିଣିବା ସମୟରେ କିଛି କାଜୁ ଖାଇକି ଦେଖନ୍ତୁ। ଯଦି କାଜୁ ଦାନ୍ତରେ ଚିପକି ଯାଉଛି ତେବେ​‌ ତାହା ଖରାପ କାଜୁ।
ଯଦି କାଜୁ ତେଲିଆ ବାସ୍ନା ହେଉଛି ତେବେ ତାହାକୁ କିଣନ୍ତୁ ନାହିଁ।

କେତେ ପରିମାଣର କରିବେ ସେବନ

ଗୋଟିଏ ଦିନରେ ଜଣେ ବ୍ୟକ୍ତି ୬ଟି କାଜୁ ଖାଇ ପାରିବ।
କାଜୁ ଖାଇବାର କୌଣସି ନିର୍ଦିଷ୍ଟ ସମୟ ନାହିଁ। ଯେକୌଣସି ସମୟରେ ଆପଣ କାଜୁ ଖାଇ ପାରିବେ।
ଏହାକୁ ଆପଣ ସ୍ନାକ୍ସ ଭାବରେ ଖାଇ ପାରିବେ। ନଚେତ୍ ଏହାକୁ ତେଲରେ ଅଳ୍ପ ଭାଜି ମସଲା ଭାବରେ ବ୍ୟଞ୍ଜନରେ ବ୍ୟବହାର କରି ପାରିବେ। ଏହା ଦ୍ବାରା ବ୍ୟଞ୍ଜନ ବହୁତ ସ୍ବାଦିଷ୍ଟ ହୋଇଥାଏ।
କାଜୁକୁ ହାଲୁଆ ବା କ୍ଷୀରିରେ ପକାଇ ମଧ୍ୟ ଖାଇ ପାରିବେ।

Comments are closed.