ଜାଣନ୍ତୁ, ଖରାଦିନେ କେମତି ରଖିବେ ଗାଡିକୁ ସୁରକ୍ଷିତ

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଗ୍ରୀଷ୍ମପ୍ରବାହ। ଏହି ଖରାଦିନେ ବାହାରକୁ ଯିବାପାଇଁ କାହାକୁ ବି ଯିବାକୁ ଇଚ୍ଛା ହୁଏନାହିଁ। ଯଦି ବି କିଏ ଯାଉଛନ୍ତି ସେମାନେ ଏସି କାରରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଯେଭଳି ଆପଣ ଖରା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି, ସେହିପରି କାରକୁ ମଧ୍ୟ ଖରା ଦାଉରୁ ରକ୍ଷା କରିବା ଦରକାର। ତେବେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ଆପଣଙ୍କ କାର ଓ ବାଇକକୁ ରକ୍ଷା କରିପାରିବେ।
କାର କାଚ ସମ୍ପୁର୍ଣ୍ଣ ବନ୍ଦ କରନ୍ତୁ ନାହିଁ
ଆପଣ ଯେତେବେଳେ ବି କୌଣସି ସ୍ଥାନରେ ଗାଡି ପାର୍କିଂ କରୁଛନ୍ତି ସେତେବେଳେ ଗାଡିର କାଚ ସମ୍ପୁର୍ଣ୍ଣ ବନ୍ଦ କରନ୍ତୁ ନାହିଁ। ଏକ ଇଞ୍ଚ କିମ୍ବା ଅଧା ଇଞ୍ଚ କାର କାଚ ଖୋଲିବା ଦ୍ୱାରା ଗାଡି ଭିତରକୁ ପବନ ଯିବା ଆସିବା କରିବ, ଯାହା ଦ୍ୱାରା କାର ଭିତରେ ଅଧିକ ଗରମ ଜଣାପଡିବ ନାହିଁ।
ଏସିର କିପରି କରିବେ ସଠିକ ବ୍ୟବହାର
ଖରାଦିନେ କାରରେ ଥିବା ଏସିକୁ ସଠିକ କାର୍ଯ୍ୟାକାରୀ କରିବା ପାଇଁ ଏସିକୁ ଠିକ କରିନିଅନ୍ତୁ। ନହେଲେ ଏସିରୁ ଥଣ୍ଡା ପବନ ବାହାରିବା କଷ୍ଟ ହୋଇଯିବ। ଏସି ଗ୍ୟାସ ସରିଯାଇଥିଲେ ଏଥିରେ ଗ୍ୟାସ ଭର୍ତ୍ତି କରିଦିଅନ୍ତୁ। ଏସିରେ ଥିବା ଟ୍ୟୁବ ଓ ବଲଭ୍‍କୁ ସଫା କରିବା ଦରକାର।
କୁଲାଣ୍ଟ ସଠିକ ମାତ୍ରା
ଖରାଦିନେ ଗାଡି ଅଧିକ ଗରମ ରହୁଥିବା ଦେଖିବାକୁ ମିଳିଥାଏ। ଏଥିପାଇଁ ଗାଡିରେ ଥିବା କୁଲାଣ୍ଟର ମାତ୍ରା ସଠିକ ରଖନ୍ତୁ।
ବ୍ୟାଟେରୀ ପରୀକ୍ଷା କରନ୍ତୁ
ବହୁ ଗାଡିରେ ବ୍ୟାଟେରୀ ପରୀକ୍ଷା ମୁକ୍ତ ରହିଥିବାରୁ ସେଥିପାଇଁ ସେଥିରେ ଇଲୋକ୍ଟ୍ରୋଲାଇଟ ସ୍ତର ପରୀକ୍ଷା କରୁନାହାନ୍ତି। ତେଣୁ ବାରମ୍ବାର ବ୍ୟାଟେରୀ ପରୀକ୍ଷା କରିବା ଦରକାର। ଯଦି ବ୍ୟାଟେରୀରେ ପାଣି କମ ହେଉଥିବା ଦେଖିବାକୁ ମିଳିଛୁ ଏହି ସମୟରେ ଡିସ୍‍ଟିଲ ପାଣି ପକାଇବା ଦରକାର।
ଇଞ୍ଜିନ ତୈଳ ଯାଞ୍ଚ କରିବା ଦରକାର
ଗାଡିରେ ସବୁସମୟରେ ଇଞ୍ଜିନ ତେଲ ଯାଞ୍ଚ କରିବା ଦରକାର।
ତେଲ ପକାଇବା ସମୟରେ ସାବଧାନ ରୁହନ୍ତୁ
କାର ଏବଂ ବାଇକରେ ତେଲ ପକାଇବା ସମୟରେ ଟାଙ୍କି ଭର୍ତ୍ତି କରନ୍ତୁ ନାହିଁ। ଆବଶ୍ୟକ ଅନୁଯାୟୀ କାରରେ ତେଲ ପକାନ୍ତୁ।
ଗାଡିର ଏହି ଦିଗ ପ୍ରତି ଦୃଷ୍ଟିଦେଲେ ଗାଡିର ଖରାଦିନେ ସୁରକ୍ଷିତ ରହିପାରିବ।

Comments are closed.