ଆଡୱାଣୀଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ଟିକେଟ୍‍ କାଟିଲା ବିଜେପି

0

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଚଳିତ ଥର ଦଳର ଲୌହପୁରୁଷ କୁହାଯାଉଥିବା ଲାଲକୃଷ୍ଣ ଆଡୱାଣୀଙ୍କ ସମେତ କେତେକ ବରିଷ୍ଠ ନେତାଙ୍କୁ ନିର୍ବାଚନ ପାଇଁ ଟିକେଟ ଦେଇନାହିଁ। ବିଜେପିର ଶୀର୍ଷ ନେତାମାନଙ୍କ ନିଷ୍ପତ୍ତି ଅନୁସାରେ ୭୫ ବର୍ଷରୁ ଊର୍ଦ୍ଧ୍ବ ନେତାଙ୍କୁ ଟିକେଟ ଦିଆଯାଇ ନାହିଁ। ସୂଚନା ଅନୁଯାୟୀ ଦଳୀୟ ବୈଠକରେ ବୃଦ୍ଧ ନେତାଙ୍କୁ ନିର୍ବାଚନ ଲଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ସେମାନଙ୍କୁ କୌଣସି ଦାୟିତ୍ୱ ଅର୍ପଣ ନକରିବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବୃଦ୍ଧ ନେତାଙ୍କୁ ନିର୍ବାଚନ ନଲଢାଇ ବିଶ୍ରାମ ଦେବାକୁ ଆଲୋଚନା ହୋଇଥିଲା। ବୃଦ୍ଧ ନେତାଙ୍କୁ ବୁଝାଇବା ପାଇଁ ସଂଗଠନ ମହାସଚିବ ରାମଲାଲଙ୍କୁ ଦାୟିତ୍ୱ ଦିଆଯାଇଛି। ରାମଲାଲ ବିଜେପରି ବୟୋଜ୍ୟଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, ମୂରଲୀ ମନୋହର ଯୋଶୀ, ଶାନ୍ତା କୁମାର, କଲରାଜ ମିଶ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି। କଲରାଜ ମିଶ୍ର ଏବଂ ଶାନ୍ତା କୁମାର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବାକୁ ରାଜି ହୋଇଥିବା ବେଳେ ଆଡୱାଣୀ ଘୋଷଣା କରିବାକୁ ମନା କରିଦେଇଛନ୍ତି।

Leave A Reply