୫୨ ପିଢିର ହୋଟେଲ

0

ବଂଶାନୁକ୍ରମିକ ବ୍ୟବସାୟକୁ ନେଇ ଜାପାନର ନିଶିଆନା ଓସିଏନ ହୋଟେଲ ଏବେ ଚର୍ଚ୍ଚାକୁ ଆସିଛି। ଏହି ହୋଟେଲ ଗୋଟିଏ କିମ୍ବା ଦୁଇଟି ନୁହେଁ ପୂରା ୫୧ଟି ପିଢି ଅତିକ୍ରମ କରିସାରିଛି। ଅର୍ଥାତ ଗୋଟିଏ ବଂଶର ୫୨ତମ ପିଢି ଏହି ହୋଟେଲକୁ ପରିଚାଳନା କରୁଛନ୍ତି। ସବୁଠାରୁ ବଡ କଥା ଏହି କି ଯେ, ଏହି ହୋଟେଲ ଖ୍ରୀଷ୍ଟାବ୍ଦ ୭୦୫ ରେ ଆରମ୍ଭ ହୋଇଥିଲା।

ଦୀର୍ଘ ୧୩୧୨ ବର୍ଷ ଧରି ଏକ ପରିବାର ଦ୍ୱାରା ଏହା ପରିଚାଳିତ ହେଉଛି। ଏବେ ସେହି ପରିବାରର ୫୨ ପିଢି ଏହି ହୋଟେଲର ସଂଚାଳନ କରୁଛନ୍ତି। ପରମ୍ପରା ଅନୁସାରେ ଘରର ବଡ ପୁଅ ହିଁ ପାରିବାରିକ ବାଣିଜ୍ୟର ଦାୟିତ୍ୱ ସମ୍ଭାଳିଥାନ୍ତି।

ଜାପାନର ଏହି ହୋଟେଲକୁ ଗିନିଜ ବୁକ ଅଫ୍‍ ୱାଲର୍ଡ ରେକର୍ଡର ସ୍ଥାନ ମିଳିସାରିଛି। ଏହି ହୋଟେଲକୁ ହଟ ସ୍ପ୍ରିଙ୍ଗ ବୋଲି ମଧ୍ୟ କୁହାଯାଏ। ୩୫ କୋଠରୀ ବିଶିଷ୍ଟ ଏହି ହୋଟେଲକୁ ୧୯୯୭ ମସିହାରେ ଶେଷଥର ପାଇଁ ମରାମତି କରାଯାଇଥିଲା। ଏବେ ବି ହୋଟେଲରେ ପୂରୂଣା ଚିତ୍ରକଳା ଅକ୍ଷୂର୍ଣ୍ଣ ରହିଛି।

ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଏହି ହୋଟେଲ ନିର୍ମାଣ ହେଇନଥିବାରୁ ଲୋକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ ପାଇଁ ଏହି ହୋଟେଲକୁ ଯାଇଥାନ୍ତି। ଗ୍ରାହକମାନଙ୍କୁ ହୋଟେଲ ତରଫରୁ ପାରମ୍ପରିକ ପୋଷାକ ଦିଆଯାଇଥାଏ। ହୋଟେଲକୁ ପ୍ରବେଶ କରିବା ପୂର୍ବରୁ ହୋଟେଲ ବାହାରେ ଜୋତା ବାହାରେ ରଖିବା ନିୟମ ରହିଛି। ଏହି ହୋଟେଲରେ ଗୋଟିଏ ଦିନ ରହଣୀ ପାଇଁ ୪୯୦ ଡଲାର ଦେବାକୁ ପଡେ।

Leave A Reply