ଚା’ ଦୋକାନୀଙ୍କୁ ଗରମ ତେଲ ମାଡ, ଅଭିଯୁକ୍ତ ଗିରଫ

0

ନୟାଗଡ଼: ଚା’ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କ ଉପରକୁ ଗରମ ତେଲ ମାଡ ହୋଇଥିବା ବୋଲି ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନକୁ ସେହି ଗାଁର ଜଣେ ବ୍ୟକ୍ତି ଚା’ ପିଇବାକୁ ଆସିଥିଲେ । ଦୋକାନରେ ଭିଡ ଥିବାରୁ ଚା’ ଦେବାରେ ବିଳମ୍ବ ହୋଇଥିଲା । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତି ଜଣଙ୍କ ସହ ଝଗଡା କରିବା ସହ ନିକଟରେ ଥିବା ଏକ ଗରମ ତେଲ କଡେଇ କୃଷ୍ଣଙ୍କ ଉପରକୁ ଫୋପାଡି ଦେଇଥିଲେ । କୃଷ୍ଣଙ୍କ ଶରୀରର ପ୍ରାୟ ୪୫ ପ୍ରତିଶତ ପୋଡି ଯାଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply