ହଟ୍‍ ଚକୋଲେଟ୍‍ ଡ଼୍ରିଙ୍କସ୍‍

ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ଗ୍ଲାସରୁ ଅଧିକ
କୋକୋ ପାଉଡ଼ର – ୧୦ ଗ୍ରାମ
ଚକୋଲେଟ୍‍ ସସ୍‍ – ଆବଶ୍ୟକ ପରିମାଣରେ
ଭ୍ୟାନିଲାସେନ୍ସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଗରମ କରି ଏଥିରେ କୋକୋ ପାଉଡ଼ର ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଭଲ ଭାବେ ଗୋଳାଇବା ପରେ ଚକୋଲେଟ୍‍ ସସ୍‍ ପକାଇ ପୁଣି ଭଲ ଭାବେ ଏହାକୁ ଘାଣ୍ଟନ୍ତୁ। କିଛି ସମୟରେ ଏହା ବହଳିଆ ହୋଇଯିବ। ଏବେ ଏହାକୁ ଏକ କାଚ ଗ୍ଲାସକୁ କାଢି ଏଥିରେ ସାମାନ୍ୟ ଭ୍ୟାନିଲାସେନ୍ସ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ହଟ୍‍ ଚକୋଲେଟ୍‍ ଡ଼୍ରିଙ୍କସ୍‍ ।

Comments are closed.