ଖୁବଶିଘ୍ର ବଜାରକୁ ଆସିବ ୩୨ମେଗାପିକ୍ସେଲ କ୍ୟାମେରା ଥିବା ଅନର ୨୦ଆଇ

ନୂଆଦିଲ୍ଲୀ : ଖୁବଶିଘ୍ର ଅନର ତାର ନୂଆ ସ୍ମାର୍ଟଫୋନ ଅନର ୨୦ଆଇର ବଜାରପ୍ରବେଶ କରିବ। ଚୀନରେ ଏହି ଫୋନର ପ୍ରିଅର୍ଡର ଆରମ୍ଭ ହୋଇ ସାରିଛି। ସୂଚନା ଅନୁସାରେ, ଅନର ୨୦ଆଇ ଫୋନ ତିନୋଟି ମଡେଲରେ ବଜାରକୁ ଆସିବ। ଏହି ଫୋନ, ୪ଜିବି ରା ୬୪ଜିବି ଷ୍ଟୋରେଜ, ୬ଜିବି ରାମ, ୧୨୮ଜିବି ଷ୍ଟୋରେଜ ଏବଂ ୬ଜିବି ରାମ ଏବଂ ୨୫୬ଜିବି ଷ୍ଟୋରେଜରେ ଉପଲବ୍ଧ ହେବ। ଏହାବ୍ୟତୀତ ଏହି ଫୋନରେ ୬.୨୧ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ରହିଛି। ଏହାର ଆସପେକ୍ଟ ରେଶିୟୋ ୧୯.୫:୯। ଫୋନରେ କିରିନ ୭୧୦ଅକ୍ଟାକୋର ପ୍ରୋସେସର ମିଳିବ। ଏହି ଫୋନ ଆଣ୍ଡ୍ରଏଡ ୯.୦ବେଷ୍ଟ ଇଏମୟୁଆଇ ୯.୦ଅପରେଟିଙ୍ଗ୍‍ ସିଷ୍ଟମ ହେବ।

pic courtesy-gsmArena.com

ଏହାର ଆଗପଟେ ୩୨ମେଗାପିକ୍ସେଲର ସେଲଫି କ୍ୟାମେରା ମିଳିବ। ସେହିଭଳି ଏହାର ପଛପଟେ ଟ୍ରିପଲ କ୍ୟାମେରା ସେଟଅପ୍‍ ମିଳିବ। ଏହାର ପ୍ରଥମ ସେନସର ୨୪ମେଗାପିକ୍ସେଲ ଦିଆଯିବ। ଯାହାର ଅଫର୍ଚର ଏଫ୍‍/୧.୮। ସେହିଭଳି ଏହାର ଦ୍ୱିତୀୟ କ୍ୟାମେରାରେ ୮ମେଗାପିକ୍ସେଲର ୱାଇଣ୍ଡ ଆଙ୍ଗଲ ସେନସର ଲାଗିଛି ଏବଂ ତୃତୀୟଟି ୨ମେଗାପିକ୍ସେଲର ଡେପ୍‍ଥ ସେନସର ରହିଛି।

pic courtesy-android community

ସଂଯୋଗ ପାଇଁ ଫୋନରେ ଡୁଆଲ-ସିମ ୪ଜି ଭୋଲଟିଇ, ବ୍ଲୁଟୁଥ ୪.୨, ଜିପିଏସ୍‍, ୱାଇ-ଫାଇ ୮୦୨.୧୧ଏସି, ମାଇକ୍ରୋ ୟୁଏସବି ୨.୦ ଏବଂ ୩.୫ଏମମର ଅଡିଓ ଜ୍ୟାକ୍‍ ଭଳି ଫିଚର ଦିଆଯାଇଛି। ଭାରତରେ ଏହା ଲଞ୍ଚ ହେବାକୁ ନେଇ କୌଣସି ନିଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ।

Comments are closed.