କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ଘରର ନକାରତ୍ମକ ଶକ୍ତି ଦୂର କରେ ମହୁ

ମହୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏ କଥା ସମସ୍ତେ ଜଣନ୍ତି । କିନ୍ତୁ ଆପଣ କଣ ଜାଣନ୍ତି କି, ଘରେ ମହୁ ରଖିବା ବସ୍ତୁ ଶାସ୍ତ୍ର ଅନୁଯାୟୀ କେତେ ଉପଯୋଗୀ ? ଜାଣନ୍ତୁ ଘରେ ମହୁ ରଖିଲେ କଣ ଲାଭ ହୁଏ ।

 

ଘର ଖର୍ଚ୍ଚ କମ୍ ହୁଏ : ଯଦି ଟଙ୍କା ଆପଣଙ୍କ ହାତରେ ରହୁନାହିଁ ଏବଂ ଅଯଥା ଖର୍ଚ୍ଚ ବଢିବାରେ ଲାଗିଛି । ସେଥିପାଇଁ ଆପଣ ଟେନସନରେ ରହୁଛନ୍ତି ତେବେ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ମହୁ ରଖିନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ମହୁ ରଖିବା ଦ୍ବାରା ଅଯଥା ଖର୍ଚ୍ଚ ହୋଇନଥାଏ । ମହୁରେ ସକାରତ୍ମକ ଶକ୍ତି ଥାଏ ଯାହା ଘରର ନକାରତ୍ମକ ଶକ୍ତିକୁ ନଷ୍ଟ କରିଦିଏ । ଫଳରେ ଅପଣଙ୍କର ଆର୍ଥିକସ୍ଥିତି ଠିକ ହେବା ସହ ଶରୀର ଉପରେ ମଧ୍ୟ ଏହାର ସକାରତ୍ମକ ପ୍ରଭାବ ପଡିଥାଏ ।

ଶନିଙ୍କ କୋପ ଦୃଷ୍ଟି ପଡି ନାହିଁ : ଜନ୍ମ କୁଣ୍ଡଳୀରେ ଶନି ରାଶିଗତ ନୀଚରେ ଥିଲେ, ଅଶୁଭ ଗ୍ରହ ପ୍ରଭାବରେ ଶନି ମହାଦଶା, ଅନ୍ତଃଦଶା ଓ ନକାରତ୍ମକ ଫଳ ଦେଇଥାଏ। ଜ୍ୟୋତିଷାସ୍ତ୍ର ଅନୁଯାୟୀ ଘରେ ମହୁ ରଖିଲେ ଶନି ଦେବ ଖୁସି ହୁଅନ୍ତି । ଏହି ଘରେ ଓ ପରିବାର ଉପରେ ଶନିଙ୍କ କୋପ ଦୃଷ୍ଟି ପଡି ନ ଥାଏ ବରଂ ଶନିଦେବଙ୍କ ଅନୁକମ୍ପା ସବୁବେଳେ ରହିଥାଏ।

Comments are closed.