ଅଗଷ୍ଟରୁ ୩୫୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ହୋଣ୍ଡା କାର୍‌

0

ନୂଆଦିଲ୍ଲୀ : ହୋଣ୍ଡା କାର ଭାରତ(ଏଚସିଏଲ) କମ୍ପାନୀର କାର ନିର୍ମାଣ ବୃଦ୍ଧିି ପାଉଥିବା ଯୋଗୁଁ ନିଜର ସମସ୍ତ କାର୍‌ ମଡେଲରେ ୩୫ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ ନିଜର କାରମାନଙ୍କରେ ୧୦ହଜାରରୁ ୩୫୦୦୦ ହଜାର ବୃଦ୍ଧି କରିବାକୁ ଯୋଜନା ରଖିଛି। ଏଚସିଆଇଏଲ ଉପ ସଭାପତି ରାଜେଶ ଗୋଏଲଙ୍କ କହିବା ଅନୁସାରେ, ଉତ୍ପାଦନ ବୃଦ୍ଧି, ଦ୍ରବ୍ୟର ଦରଦାମ ବୃଦ୍ଧି ଆଦି ଅନେକ ଜିନିଷକୁ ଦୃଷ୍ଟିରେ ରଖି ଅଗଷ୍ଟ ୧ ତାରିଖରୁ ଏହାକୁ ଲାଗୁକରାଯିବ।
ଅପ୍ରେଲ ମାସରେ ଅଡି, ମର୍ସିଡିଜ, ଜେଲଆର୍‌ ଆଦି କାରର ଧାମ ୧ଲକ୍ଷରୁ ୧୦ଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା। ଜୁନ ମାସରେ ହୁଣ୍ଡାଇ ମୋଟର୍ସ ନିଜର କାରକୁ ଦୁଇ ପ୍ରତିଶତ ବୃଦ୍ଧି କରିଛି। ସୂଚନା ଯୋଗ୍ୟ ଯେ, ନିକଟରେ ହୋଣ୍ଡା କମ୍ପାନୀ ନିଜର ଦୁଇଚକିଆ ହୋଣ୍ଡା ଆକ୍ଟିଭା-୧୨୫ ନୂଆ ଫିଚର ସହିତ ଭାରତରେ ଶୁଭାରମ୍ଭ କରିଛି। ଏହି ଗାଡିର ମୂଲ୍ୟ ୫୯,୬୨୧ ରହିଛି।

Leave A Reply