ହୋଣ୍ଡା ଆଣିବ ବିଦ୍ୟୁତଚାଳିତ କାର

0

ନୂଆଦିଲ୍ଲୀ : ଜାପାନ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ବହୁଶୀଘ୍ର ବିଦ୍ୟୁତଚାଳିତ କାର ବଜାର ପ୍ରବେଶ ପାଇଁ ଯୋଜନା କରିଛି। ଲୋକାମନଙ୍କ ଆବଶ୍ୟକ ସମୟରେ ଆମେ ଏହାର ବଜାର ପ୍ରବେଶ କରାଯିବ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ କହିଛନ୍ତି।
ହୋଣ୍ଡା ଭାରତର ବରିଷ୍ଠ ଉପାଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ରାଜେଶ ଗୋଏଲଙ୍କ କହିବା ଅନୁସାରେ ବିଦ୍ୟୁଚାଳିତ କାରର ବଜାର ପ୍ରବେଶ ପାଇଁ ସମସ୍ତ ପସ୍ତୁତି ଆରମ୍ଭ ହୋଇଯାଇଛି। ଏହି କାର ବାୟୁ ପଦୃଷଣ ରୋକିବାରେ ସହାୟକ କରିବ। ଭାରତରେ ଆମେ ସମସ୍ତ ପ୍ରତିଯୋଗିତା କରିବାପାଇଁ ପ୍ରସ୍ତୁତ ଅଛୁ। ତେଣୁ ଆମେ ବହୁଶୀଘ୍ର ଭାରତୀୟ ବଜାରରେ ବିଦ୍ୟୁତଚାଳିତ କାର ପ୍ରବେଶ କରିବୁ ବୋଲି କମ୍ପାନୀ କହିଛି।

Leave A Reply