ଆସିଲା ହୋଣ୍ଡାର ସିବି୩୦୦ଆର

0

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାଣକାରୀ ଦେଶର ଦ୍ୱିତୀୟ ବୃହତ୍ତମ କମ୍ପାନୀ ହୋଣ୍ଡା ନିଜର ନୂଆ ମଡେଲ ବାଇକର ବଜାର ପ୍ରବେଶ କରାଇଛି। କମ୍ପାନୀ ଶୁକ୍ରବାର ନିୟୋ ସ୍ପୋଷ୍ଟସ୍‍ କୈଫ୍‍ ସିବି୩୦୦ଆରର ଲଞ୍ଚ ହୋଇଛି। ଏହି ଗାଡି ଲାଲ ଓ କଳା ରଙ୍ଗରେ ଉପଲବ୍ଧ ରହିଛି। ଏହି ବାଇକର ମୂଲ୍ୟ ୨.୪୧ଲକ୍ଷ ଟଙ୍କା ରହିଛି। ଏହି ବାଇକରେ ୨୮୬ ସିସି ଇଞ୍ଜିନ ରହିଛି। ଏଥିରେ ଆଧୁନିକ ବ୍ରେକିଂ ସିଷ୍ଟମ ମଧ୍ୟ ଦିଆଯାଇଛି। ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଏହାର ବୁକିଂ ଆରମ୍ଭ କରାଯାଇଥିଲା। ଗ୍ରାହକ ୫ହଜାର ଟଙ୍କା ଦେଇ ଗାଡି ବୁକିଂ କରିପାରିବେ। ସିବି୩୦୦ଆର ବାଇକ ମାର୍ଚ୍ଚ ମାସ ତୃତୀୟ ସପ୍ତାହ ସୁଦ୍ଧା ଡେଲିଭରି କରାଯିବ।

Leave A Reply