ହୋଣ୍ଡା ଅଲ ନିଉ ଆମେଜ୍‌ ବିକ୍ରି ୧ ଲକ୍ଷ ଟପିଲା

ଭୁବନେଶ୍ୱର : ହୋଣ୍ଡା କାରର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଲ୍‌) ପକ୍ଷରୁ ୨୦୧୮ ମେ ମଧ୍ୟଭାଗରେ ବଜାର ପ୍ରବେଶ ହେବା ପରଠାରୁ ଏହାର ଅଲ ନିଉ ଦ୍ବିତୀୟ ପିଢିର ଆମେଜ୍‌ ବିକ୍ରି ମାତ୍ର ୧୩ ମାସରେ ୧ ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏଚ୍‌ସିଆଲ୍‌ ଦ୍ବାରା ଭାରତରେ ବଜାରକୁ ଛଡାଯାଇଥିବା ଯେକୌଣସି ନୂଆ ମଡେଲ ଗାଡି କ୍ଷେତ୍ରରେ ୧ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିବା ଏହା ହେଉଛି ପ୍ରଥମ ଘଟଣା । ଏହି ସଫଳତାକୁ ପାଳନ କରିବାକୁ ଯାଇ କମ୍ପାନୀ ପକ୍ଷରୁ ​‌େ​‌ହାଣ୍ଡା ଆମେଜର ଏକ ସ୍ବତନ୍ତ୍ର ଏସ୍‌ ଏଡିସନ୍‌ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା କାରର୍ସ ଇଣ୍ଡିଆ ଲିମିଟେଡ୍‌ର ବରିଷ୍ଠ ଉପସଭାପତି ତଥା ନିର୍ଦେଶକ (ବିପଣନ ଓ ବିକ୍ରି) ରାଜେଶ ଗୋୟଲ କହିଛନ୍ତି ଯେ, ଏଚ୍‌ସିଆଇଏଲ୍‌ ପାଇଁ ଅଲ ନିଉ ଦ୍ବିତୀୟ ପିଢିର ଆମେଜ୍‌ ଏକ ପଟ୍ଟପରିବର୍ତ୍ତନକାରୀ ହୋଇଛି । ୨୦୧୩ରେ ବଜାର ପ୍ରବେଶ ହୋଇଥିବା ପ୍ରଥମ ପିଢିର ଆମେଜ୍‌ ତୁଳନାରେ ଏହା ୨୦% ଅଧିକ ବିକ୍ରି ସଫଳତା ହାସଲ କରିଛି ।

Comments are closed.