ହୋଣ୍ଡା ପକ୍ଷରୁ ଆକ୍ଟିଭା ୧୨୫ ବିଏସ୍-୬ର ଡେଲିଭରି ଆରମ୍ଭ

ଭୁବନେଶ୍ବର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆକ୍ଟିଭା ୧୨୫ ବିଏସ୍ ୬ର ଡେଲିଭରି ଆରମ୍ଭ କରାଯାଇଛି। କମ୍ପାନୀ ଏହାର ଉତ୍ସବ ପାଳନକୁ ଆରମ୍ଭ କରି ନୂଆଦିଲ୍ଲୀର ଗ୍ରାହକ ଅଙ୍କୁର ଅରୋରାଙ୍କୁ ଚାବି ହସ୍ତାନ୍ତର କରିଛି। ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ଆକ୍ଟିଭା ୧୨୫ ବିଏସ୍-୬ ଭବିଷ୍ୟତର ପ୍ରଯୁକ୍ତିକୁ ବର୍ତମାନ ପ୍ରଦାନ କରି ଭାରତକୁ ବିଶ୍ୱ ସ୍ତରକୁ ଆଣିପାରିଛି। ଏଥିରେ ରହିଛି ବର୍ଦ୍ଧିତ ପାୱାର। ହୋଣ୍ଡା ଉପରେ ଭରସା ପ୍ରକଟ କରିଥିବା ନିୟୁତାଧିକ ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ତରଫରୁ ଏହି ନୂତନ ଆକ୍ଟିଭାକୁ ୨୬ ପ୍ରକାର ନୂତନ ପ୍ୟାଟେଣ୍ଟ ସହିତ ବିକଶିତ କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ହୋଣ୍ଡାର ଉଚ୍ଚ ପ୍ରଯୁକ୍ତି ଏବଂ ଏହି ଶ୍ରେଣୀର ଅନେକ ପ୍ରଥମ ଧରଣର ସୁବିଧା ସୁଯୋଗକୁ ବ୍ୟବହାର କରି ଆକ୍ଟିଭା ୧୨୫ ବିଏସ୍ ୬କୁ ପ୍ରସ୍ତୁତ କରାଯାଇଛି ଯାହା ଗ୍ରାହକଙ୍କୁ ଅଧିକ ମୂଲ୍ୟ ଓ ସହଜତା ପ୍ରଦାନ କରିବ।
ଏହାର ଷ୍ଟାଣ୍ଡାର୍ଡ ମଡେଲ୍ ମୂଲ୍ୟ ୬୭,୪୯୦ ଟଙ୍କା ରହିଥିବାବେଳେ ଆଲୟ ମଡେଲ୍ ମୂଲ୍ୟ ୭୦,୯୯୦ ଟଙ୍କା ଏବଂ ଡିଲକ୍ସ ମଡେଲ୍ ମୂଲ୍ୟ ୭୪,୪୯୦ ଟଙ୍କା ରହିଛି। ହୋଣ୍ଡା ପକ୍ଷରୁ ଆକ୍ଟିଭା ୧୨୫ ବିଏସ୍ ୬ ଉପରେ ୬ ବର୍ଷର ୱେରେଣ୍ଟି ପ୍ରଦାନ କରାଯାଉଛି।

Comments are closed.